ମୁମ୍ବାଇ, ୪/୩ : ତମନ୍ନା ଭାଟିଆ ଏବଂ ବିଜୟ ବର୍ମା ପୁଣି ଥରେ ଚର୍ଚ୍ଚାରେ । ବ୍ରେକଅପ୍ ଖବର ଭିତରେ ତମନ୍ନା ଏବଂ ବିଜୟ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ୍ରୁ ଫଟୋ ମଧ୍ୟ ଡିଲିଟ୍ କରିଛନ୍ତି । ତମନ୍ନା ଏବଂ ବିଜୟଙ୍କ କିଛି ସପ୍ତାହ ପୂର୍ବରୁ ବ୍ରେକ୍ଅପ୍ ହୋଇଛି । କିନ୍ତୁ ଏହି ଖବରକୁ ନେଇ ଉଭୟ ଏ ଯାଏଁ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି । ସେପଟେ ଏହି ଖବର ଶୁଣି ଉଭୟଙ୍କ ପ୍ରଶଂସକ ଦୁଃଖ ପ୍ରକାଶ କରିଛନ୍ତି । କାରଣ ପ୍ରଶଂସକମାନେ ତମନ୍ନା ଏବଂ ବିଜୟଙ୍କ ବିବାହକୁ ଅପେକ୍ଷା କରିଥିଲେ । ଯେତେବେଳେ ଉଭୟଙ୍କୁ ଏକାଠି ଦେଖାଯାଉଥିଲା କେବଳ ଗୋଟିଏ ପ୍ରଶ୍ନ ପଚରା ଯାଉଥିଲା ତାହା ହେଉଛି ଉଭୟ କେବେ ବିବାହ କରିବେ । କିନ୍ତୁ ଏବେ ଏହି ଆକଳନ ଉପରେ ଏକ ପ୍ରକାର ବିରାମ ଲାଗିଛି ।
ଇନଷ୍ଟାଗ୍ରାମରେ ତମନ୍ନା ଭାଟିଆ ଏବଂ ବିଜୟ ବର୍ମା ଉଭୟଙ୍କର ଆଉ ଏକାଠି ଗୋଟିଏ ବି ଫଟୋ ନାହିଁ । ଉଭୟଙ୍କ ଏକାଠି ଫଟୋ ଡିଲିଟ ହେବା ପରଠୁ ସେମାନଙ୍କ ବ୍ରେକଅପ୍ ଖବର ଜୋର ଧରିଛି । ରିପୋର୍ଟ ଅନୁଯାୟୀ, ବିଜୟ ଏବଂ ତମନ୍ନାଙ୍କ କିଛି ସପ୍ତାହ ପୂର୍ବରୁ ହିଁ ବ୍ରେକ୍ଅପ୍ ହୋଇଛି କିନ୍ତୁ ଦୁହେଁ ସବୁଦିନ ପାଇଁ ଭଲ ବନ୍ଧୁ ହୋଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି । ତମନ୍ନା ଏବଂ ବିଜୟ ଉଭୟେ ନିଜ ପେଶା ଉପରେ ଧ୍ୟାନ ଦେଉଛନ୍ତି । ଲଷ୍ଟ ଷ୍ଟୋରିଜ୍-୨ର ପ୍ରମୋସନ ସମୟରେ ତମନ୍ନା ଭାଟିଆ ଏବଂ ବିଜୟ ବର୍ମା ସେମାନଙ୍କ ରିଲେସନସିପ୍କୁ ସାର୍ବଜନୀନ କରିଥିଲେ ।
