ମୁମ୍ବାଇ, ୨୧/୩ : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ବିଜୟୀ ଭାରତୀୟ ଦଳ ପାଇଁ ମୋଟ ୫୮ କୋଟି ଟଙ୍କାର ନଗଦ ପୁରସ୍କାର ଘୋଷଣା କରିଛି। ଦୁବାଇରେ ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ପରାସ୍ତ କରି ରୋହିତ ଶର୍ମାଙ୍କ ନେତୃତ୍ୱରେ ମାତ୍ର ୯ ମାସ ମଧ୍ୟରେ ଆଇସିସି ଦ୍ୱିତୀୟ ଟାଇଟଲ ହାସଲ କରିଛି ଭାରତ। ବିସିସିଆଇର ସୂଚନା ଅନୁସାରେ , ଭାରତକୁ ଅନ୍ତର୍ଜାତୀୟ କ୍ରିକେଟରେ ସଦ୍ୟତମ ସଫଳତା ଆଣିଥିବା ଭାରତୀୟ ଦଳକୁ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ୩ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯିବ।
ବିଜେତା ଦଳରେ ଥିବା ପ୍ରତ୍ୟେକ ଖେଳାଳିଙ୍କୁ ୩ କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ସେହିଭଳି ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ୩ କୋଟି ଟଙ୍କା ଦିଆଯିବ । ପ୍ରଶିକ୍ଷକ ରିଆନ୍ ଟେନ୍ ଡୋଚାଟେ, ଅଭିଷେକ ନାୟାର, ବ୍ୟାଟିଂ କୋଚ୍ ସୀତାଂଶୁ କୋଟାକ ଏବଂ ବୋଲିଂ କୋଚ୍ ମର୍ନେ ମର୍କେଲଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ । ଅନ୍ୟପଟେ ସମସ୍ତ ସପୋର୍ଟ ଷ୍ଟାଫ୍ ସଦସ୍ୟଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ମିଳିବ । ଦଳର ସଫଳତାରେ ସମ୍ପୃକ୍ତ ବିସିସିଆଇ ଅଧିକାରୀଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ।