ସ୍ନାନ ବେଦୀରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ, ୨୨/୬ : ଧାଡ଼ିପହଣ୍ଡିରେ ଆସି ରତ୍ନବେଦୀ ଛାଡ଼ି ସ୍ନାନ ବେଦୀରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି । ଆଜି ଭୋର୍ ୫ଟାରୁ ଧାଡ଼ି ପହଣ୍ଡି ଆରମ୍ଭ ହୋଇଥିଲା। ତାଙ୍କ ପଛେ ପଛେ ଭଉଣୀ ସୁଭଦ୍ରା ଓ କାଳିଆ ସାଆନ୍ତ ଆସୁଛନ୍ତି। ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ଲୋକାରଣ୍ୟ ହୋଇଛି ବଡ଼ଦାଣ୍ଡ। ଆଜି ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ। କୋଟି କୋଟି ଭକ୍ତ ଦୁର୍ଲଭ ହାତୀବେଶକୁ ଅତି ନିକଟରୁ ଦର୍ଶନ କରିବେ।