ଶାହାଙ୍କ ବିରୋଧରେ ସ୍ଵାଧିକାର ପ୍ରସ୍ତାବ ଆଣିଲା କଂଗ୍ରେସ

ନୂଆଦିଲ୍ଲୀ, ୨୬/୩ : କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ କଂଗ୍ରେସ ବୁଧବାର ସଂସଦରେ ସ୍ଵାଧିକାର ପ୍ରସ୍ତାବ ଆଗତ କରିଛି। କେନ୍ଦ୍ରମନ୍ତ୍ରୀ ଶାହା ସାଂସଦ ସୋନିଆ ଗାନ୍ଧୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେବା ଏବଂ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ସମ୍ମାନ ହାନି କରିଥିବା ଅଭିଯୋଗ କରି କଂଗ୍ରେସ ପକ୍ଷରୁ ଏହି ପ୍ରସ୍ତାବ ଆଗତ କରାଯାଇଛି। କଂଗ୍ରେସ ସାଂସଦ ଜୟରାମ ରମେଶ କହିଛନ୍ତି ଯେ, ରାଜ୍ୟସଭାରେ ବିପର୍ଯ୍ୟୟ ପରିଚାଳନା ବିଲ୍ ୨୦୨୪ ସମ୍ପର୍କରେ ଉଦବୋଧନ ଦେବା ସମୟରେ ଶାହା ଦେଇଥିବା ମନ୍ତବ୍ୟ ମିଥ୍ୟା ଏବଂ ଅପମାନଜନକ।

ବିଲ୍ ସମ୍ପର୍କରେ ଆଲୋଚନା ସମୟରେ ଶାହା କହିଥିଲେ ଉପା ସରକାର ସମୟରେ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫି ପାଣ୍ଠି ଗୋଟିଏ ପରିବାରର ନିୟନ୍ତ୍ରଣାଧୀନ ଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରରେ ପିଏମ କେୟାର ପାଣ୍ଠିରେ କିନ୍ତୁ ସେପରି ହୋଇନାହିଁ। କଂଗ୍ରେସ ସରକାର ସମୟରେ ରିଲିଫ ପାଣ୍ଠିର ନିୟନ୍ତ୍ରଣ କଂଗ୍ରେସ ଅଧ୍ୟକ୍ଷଙ୍କ ଅଧୀନରେ ହିଁ ରହିଥିଲା। ଶାହାଙ୍କ ଏପରି ମନ୍ତବ୍ୟ ସୋନିଆଙ୍କ ପ୍ରତି ଅପମାନ ବୋଲି ଜୟରାମ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *