ଭୁବନେଶ୍ୱରରେ ଲୁଗା ଦୋକାନ ଭିତରେ ସେକ୍ସ ରାକେଟ !

ରାଜଧାନୀର ଛାତି ଉପରେ ଖୁଲମ୍ ଖୁଲା ଚାଲିଥିଲା ଦେହ ବେପାର । ବାହାରେ ଥିଲା ଲୁଗା ଗୋଦାମ, ଆଉ ଭିତରେ ଚାଲିଥିଲା ସେକ୍ସ ରାକେଟ୍ । ରାଜ୍ୟ ବାହାରୁ ଝିଅମାନଙ୍କୁ ଚାକିରିର ଲୋଭ ଦେଖାଇ ଆଣି ଏଠାରେ ଜୋର ଜବରଦସ୍ତି ଲଗାଉଥିଲେ ଦେହ ବେପାରରେ ।

ରାଜଧାନୀରେ ନାବାଳିକା ଦୁଷ୍କର୍ମ ଘଟଣାରେ ପୋଲିସ ଖୋଳତାଡ କରୁ କରୁ ଧରାପଡିଥିଲା ବଡ ସେକ୍ସ ରାକେଟ । ସିସିଟିଭି ଫୁଟେଜରୁ କିଙ୍ଗପିନ୍ ମଞ୍ଜୁ ସେଠୀ ପାଖରେ ପହଞ୍ଚିଥିଲା ପୋଲିସ । ଲକ୍ଷ୍ମୀ ସାଗର ଅଞ୍ଚଳରେ ଭଡା ଘରେ ଚାଲିଥିଲା ଏହି ଦେହ ବେପାର ସଞ୍ଜ ନଇଁଲେ ଜମୁଥିଲା ଗ୍ରାହକଙ୍କ ଆସର ।

ଘଟଣାରେ ପୋଲିସ ଘଟଣା କିଙ୍ଗପିନ୍ ଓ ଘର ମାଲିକ ସମେତ ୪ ଜଣଙ୍କୁ ଗିରଫ କରିଛି ।ସୂଚନା ଅନୁସାରେ, ଗୁରୁବାର ରାତି ପ୍ରାୟ ୮ଟା ବେଳେ ଅଶୋକନଗରରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲେ ନାବାଳିକା ଜଣକ । କିଛି ଲୋକ ଜନପଥ କଡ଼ରୁ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ନେବା ସହ ପୁଲିସକୁ ଖବର ଦେଇଥିଲେ । ପ୍ରାଥମିକ ଭାବେ ନାବାଳିକାଙ୍କ ସହ ଯୌନ ଉତ୍ପୀଡ଼ନ ସ୍ପଷ୍ଟ ହୋଇଥିବା ବେଳେ, କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଥିଲା ।

ତେବେ ୧୬ ତାରିଖ ଦିନ ମଞ୍ଜୁ ହିଁ ଏକ ଅଟୋରେ ନାବାଳିକାଙ୍କୁ ନେଇ ଯାଇଥିଲା କ୍ୟାପିଟାଲ ହସ୍ପିଟାଲ । ହେଲେ ନାବାଳିକାଙ୍କ ଅବସ୍ଥା ଗୁରୁତର ଥିବାବେଳେ ହସ୍ପିଟାଲରୁ ଛୁ ମାରିଥିଲା ମଞ୍ଜୁ । ଯାହାର ପର୍ଦ୍ଦାଫାସ୍ କରିଛି କମିଶନରେଟ ପୋଲିସ ।

Leave a Reply

Your email address will not be published. Required fields are marked *