ନୂଆଦିଲ୍ଲୀ,୨୮/୩ : କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ଶୁକ୍ରବାର ମହଙ୍ଗା ଭତ୍ତା(ଡିଏ) ବୃଦ୍ଧି କରିଛନ୍ତି ସରକାର । ମହଙ୍ଗା ଭତ୍ତା ୨% ବୃଦ୍ଧି କରାଯାଇଛି । କେନ୍ଦ୍ର କ୍ୟାବିନେଟ ବୈଠକରେ ସରକାର ଏହି ବଡ ନିଷ୍ପତ୍ତି ନେଇଛନ୍ତି ।
ଏହି ବୃଦ୍ଧି ସହ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନ ଭୋଗୀଙ୍କ ଡିଏ ୫୩ରୁ ୫୫ ପ୍ରତିଶତକୁ ବୃଦ୍ଧି ପାଇଛି। ସପ୍ତମ ବେତନ ଆୟୋଗ ଅଧୀନରେ ଏହି ବୃଦ୍ଧି କରାଯାଇଛି ।