ଭୁବନେଶ୍ୱର,୯/୪ : ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ବିଜେଡିରେ ଦେଖାଦେଇଥିବା ବିବାଦକୁ ନେଇ ମୁହଁ ଖୋଲିଛନ୍ତି । ମାତ୍ର ଏହା ଏବେ ଅଡ଼ୁଆ ପରିସ୍ଥିତି ଦେଖାଦେଇଛି । ସେ କହିଛନ୍ତି , “ମୁଁ ଏଠାରେ ସ୍ପଷ୍ଟ କରିଦେବାକୁ ଚାହେଁ ଯେ ପୂର୍ବତନ ବିଧାୟକ ଶ୍ରୀ ତ୍ରିପାଠୀ chit fund case ରେ ସମ୍ପୃକ୍ତି ଅଭିଯୋଗରେ ଜେଲରେ କିଛି ବର୍ଷ କାଟି ଆସି ଛନ୍ତି । ତେଣୁ କିଛି ବର୍ଷ ତଳେ ସେ ଦଳରୁ ବହିସ୍କୃତ ହୋଇଥିଲେ । ମୁଁ ଆହୁରି ସ୍ପଷ୍ଟ କରି ଦେବାକୁ ଚାହେଁ ଯେ ଶ୍ରୀ ତ୍ରିପାଠୀ ଏବେ ବିଜେଡିର ସଦସ୍ୟ ମଧ୍ୟ ନୁହନ୍ତି ” । କିନ୍ତୁ ବିଜେଡି ପକ୍ଷରୁ ଜାରି କରାଯାଇଥିବା ପ୍ରେସ ରିଲିଜରେ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ଯାହା ୨୦୧୭ମସିହାରେ ବିଜେଡି ପକ୍ଷରୁ ପ୍ରକାଶ ପାଇଥିଲା ।

ଗତ ୧୦.୧୧.୨୦୧୭ରେ ଲେଖାଯାଇଥିବା ପ୍ରେସ ବାର୍ତ୍ତାରେ ଏହା ଲେଖାଥିଲା କି, ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବାଙ୍କୀ ବିଧାୟକ ଶ୍ରୀ ପ୍ରଭାତ କୁମାର ତ୍ରିପାଠୀଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରି ନେଇଛନ୍ତି । ଯେଉଁ ବାର୍ତ୍ତାରେ ରାଜ୍ୟ ସମ୍ପାଦକ ବିଜୟ ନାୟକଙ୍କ ଦସ୍ତଖତ ମଧ୍ୟ ଥିଲା ।ଆଜି ନବୀନଙ୍କ ଉତ୍ତର ଦେଖି ସାଧାରଣରେ ପ୍ରଶ୍ନ ଉଠିଛି କି ନବୀନ ବାବୁଙ୍କୁ ଏବେ ଭୁଲାରୋଗ ହୋଇଛି କି । ନିଜେ ତାଙ୍କ ଉପରୁ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରି ପୁଣି କିଭଳି ଭାବେ ସେ କହୁଛନ୍ତି ପ୍ରଭାତ ବାବୁ ବିଜଡିରେ ନାହାନ୍ତି ।