ମିଛ କହୁଛନ୍ତି ନବୀନ : ପ୍ରଭାତ

ଭୁବନେଶ୍ବର, ୧୦/୪ : ନବୀନ ବାବୁଙ୍କ ମୁହଁରେ ମହା ମିଛ କୁହାଯାଉଛି । ମୁଁ ଦଳରେ ନାହିଁ କହିବା ମହା ମିଥ୍ୟା ବୋଲି ପ୍ରେସମିଟ୍‌ରେ କହିଲେ ପ୍ରଭାତ ତ୍ରିପାଠୀ । ଓ୍ୱାକଫ ପ୍ରସଙ୍ଗ ଲୁଚାଇବାକୁ ପ୍ରଭାତ ପ୍ରସଙ୍ଗ କହିଲେ । ପରୋକ୍ଷରେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଲେ ପ୍ରଭାତ । କାଲି ସନ୍ଧ୍ୟା ଯାଏଁ ମୁଁ ଦଳରେ ଥିଲି। ଗତକାଲିର ପ୍ରସଙ୍ଗ ପରେ ଆଜି ଜବାବ ରଖିଛନ୍ତି ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ । ପ୍ରଭାତ ତ୍ରିପାଠୀଙ୍କୁ ବିଜେଡିରୁ ବହିଷ୍କାର କରାଯାଇଥିବା ଗତକାଲି କହିଥିଲେ ନବୀନ। ନବୀନ କହିଲେ, ପ୍ରଭାତ ତ୍ରିପାଠୀଙ୍କୁ କିଛି ବର୍ଷ ପୂର୍ବରୁ ବିଜେଡିରୁ ବହିଷ୍କାର କରାଯାଇଥିଲା ।

ପ୍ରଭାତ ଚିଟଫଣ୍ଡ ମାମଲାରେ ସମ୍ପୃକ୍ତ ଥାଇ କିଛି ବର୍ଷ ଜେଲରେ କାଟିଥିବା କହିଲେ ନବୀନ । ପ୍ରଭାତ ତ୍ରିପାଠୀ ବିଜେଡିରେ ନାହାନ୍ତି ବୋଲି କହିଥିଲେ ନବୀନ । ୨୦୧୪ରେ ବିଜେଡିରୁ ନିଲମ୍ବିତ ହୋଇଥିଲେ ପ୍ରଭାତ ତ୍ରିପାଠୀ।୨୦୧୭ନଭେମ୍ବର ୧୦ରେ ପ୍ରଭାତ ତ୍ରିପାଠୀଙ୍କ ନିଲମ୍ବନ ପ୍ରତ୍ୟାହାର ହୋଇଥିଲା । ୨୦୧୯ ନିର୍ବାଚନ ପ୍ରଚାରରେ ପ୍ରଭାତଙ୍କ ସହ ଗୋଟିଏ ମଞ୍ଚରେ ଥିଲେ ନବୀନ । ୨୦୧୯ରେ ବାଙ୍କୀରୁ ବିଜେଡି ପ୍ରାର୍ଥୀ ହୋଇଥିଲେ ପ୍ରଭାତ ତ୍ରିପାଠୀଙ୍କ ପୁଅ । ନବୀନଙ୍କ ମନ୍ତବ୍ୟକୁ ନେଇ ଦ୍ବନ୍ଦ୍ବ । ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ପ୍ରସଙ୍ଗରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦେଇଥିବା ବୟାନକୁ ନେଇ ଦ୍ବନ୍ଦ ସୃଷ୍ଟି ହୋଇଛି । ନବୀନ କହିଛନ୍ତି ପ୍ରଭାତ ତ୍ରିପାଠୀଙ୍କୁ କିଛି ବର୍ଷ ପୂର୍ବରୁ ବିଜେଡିରୁ ବହିଷ୍କାର କରାଯାଇଥିଲା। ସେ ଚିଟଫଣ୍ଡ ମାମଲାରେ ସମ୍ପୃକ୍ତ ଥିଲେ ଏବଂ କିଛି ବର୍ଷ ଜେଲରେ କାଟିଥିଲେ ।

ସେ ଦଳରେ ନାହାନ୍ତି ବୋଲି ସ୍ପଷ୍ଟ କହିଲେ ନବୀନ। କିନ୍ତୁ ନବୀନଙ୍କ ଏହି ମନ୍ତବ୍ୟ ପରେ ସୋସିଆଲ୍ ମିଡିଆରେ ଘୂରି ବୁଲୁଛି ବିଜୁ ଜନତା ଦଳର ଏକ ପ୍ରେସ୍ ଇସ୍ତାହାର। ଯେଉଁଥିରେ ୨୦୧୭ନଭେମ୍ବର ୧୦ତାରିଖରେ ବିଜେଡି ସୁପ୍ରିମୋ ପ୍ରଭାତ ତ୍ରିପାଠୀଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିଥିବା ଉଲ୍ଲେଖ ରହିଛି ।ଆଜି ନିଜେ ପ୍ରଭାତ ତ୍ରିପାଠୀ ପ୍ରେସ ମିଟ୍‌ କରି ସବୁ ଖୋଲି କହିଦେଇଛନ୍ତି। କହିଲେ କାଲି ଯାଏଁ ଥିଲି। ମିଛ କହୁଛନ୍ତି ନବୀନ ପଟ୍ଟନାୟକ।

Leave a Reply

Your email address will not be published. Required fields are marked *