ଭକ୍ତ ଦାସ ପିସିସି ଦାୟିତ୍ଵ ନେବା ପରେ କଂଗ୍ରେସରେ ପ୍ରଥମ ମହା ମିଶ୍ରଣ ପର୍ବ

ଭୁବନେଶ୍ୱର,୧୪/୪ : ଗୁଣୁପୁର ବିଧାନସଭା କ୍ଷେତ୍ରରୁ ଶତାଧିକ ବିଜେଡ଼ି କର୍ମୀ କଂଗ୍ରେସ ଦଳରେ ହେଲେ ସାମିଲ। ଓଡ଼ିଆ ନବବର୍ଷ ତଥା ସମ୍ବିଧାନ ପ୍ରଣେତା ଡକ୍ଟର ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ କଂଗ୍ରେସ ଭବନରେ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି।

ଗୁଣୁପୁର ଯୁବ ବିଧାୟକ ସତ୍ୟଜିତ ଗମାଙ୍ଗଙ୍କ ନେତୃତ୍ବରେ ଏକ ବିଶାଳ ଶୋଭାଯାତ୍ରା କରି ଶତାଧିକ ବିଜେଡ଼ି କର୍ମୀ କଂଗ୍ରେସ ଭବନ ଆସିଥିଲେ। ଗୁଣୁପୁର ରମନାଗୁଡା ,ପଦମପୁର ଗୁଡ଼ାରୀର ବ୍ଳକର ଅଧ୍ୟକ୍ଷ , ପୂର୍ବତନ ଅଧ୍ୟକ୍ଷ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ,ସମିତି ସଭ୍ୟ , ୱାଡ ମେମ୍ବର ସମେତ ଶତାଧିକ ବିଜେଡ଼ି କର୍ମୀ ଭକ୍ତ ଦାସଙ୍କ ନେତୃତ୍ବରେ ଅନୁପ୍ରାଣୀତ ହୋଇ କଂଗ୍ରେସରେ ସାମିଲ ହୋଇଥିଲେ।ସେମାନଙ୍କ ମଧ୍ୟରୁ ଗୁଡାରି ବ୍ଲକର ଅଧ୍ୟକ୍ଷା ଲକ୍ଷ୍ମୀ ଶବର କଂଗ୍ରେସରେ ବିଧିବଦ୍ଧ ଭାବେ ଯୋଗ ଦେଇ ଭକ୍ତ ଦାସଙ୍କ ନେତୃତ୍ଵ କଂଗ୍ରେସ ବିଚାରଧାରାରେ ଅନୁପ୍ରାଣୀତ ହେବା ସହ ଓଡ଼ିଶାରେ ନାରୀ ନିର୍ଯାତନା ବୃଦ୍ଧି ପାଉଥିବାରୁ ନାରୀଙ୍କୁ ନ୍ୟାୟ ଦେବା ପାଇଁ କଂଗ୍ରେସ ଲଢେଇରେ ସାମିଲ ହେବା ପାଇଁ ସେ ବିଜେଡ଼ି ଛାଡ଼ି କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି ବୋଲି କହିଥିଲେ।

ପିସିସି ସଭାପତି ଶତାଧିକ ବିଜେଡ଼ି କର୍ମୀଙ୍କୁ କଂଗ୍ରେସ ଦଳକୁ ସ୍ବାଗତ କରିବା ସହ ସମସ୍ତ ନବାଗତ ସଦସ୍ୟଙ୍କୁ ଆଗମୀ ନିର୍ବାଚନରେ ସଫଳ ହେବା ପାଇଁ ଉତ୍ସାହିତ କରିଥିଲେ।ଏହି ମିଶ୍ରଣ ପର୍ବରେ ପିସିସି ସଭାପତି ଭକ୍ତ ଦାସଙ୍କ ସମେତ ପୂର୍ବତନ ସାଂସଦ ନକୁଳ ନାୟକ, ରାୟଗଡ଼ା ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ଦୁର୍ଗା ପଣ୍ଡା, ଗୁଣୁପୁର କଂଗ୍ରେସ ବିଧାୟକ ସତ୍ୟଜିତ ଗମାଙ୍ଗ , ବିଧାୟକ ସାଗର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *