ନୂଆପଡା ଉପନିର୍ବାଚନରେ ବିଜେଡିକୁ ଲାଗୁଚି ଗୋଟେ ପରେ ଗୋଟେ ଝଟକା । ପ୍ରଥମେ ଜୟ ଢୋଲକିଆ ବିଜେପିରେ ମିଶିଗଲେ। ଆଉ ଏବେ ବିଜେଡ଼ିର ପ୍ରାର୍ଥୀ ଘୋଷଣା ପରେ ଦଳରେ କନ୍ଦଳ ବଢି ବଢି ଚାଲିଛି ।

ପାଣ୍ଡିଆନଙ୍କ କଥାରେ ସିନା ସ୍ନେହାଙ୍ଗିନୀଙ୍କୁ ପ୍ରାର୍ଥୀ ଘୋଷଣା କରିଦେଲେ ନବୀନ । ହେଲେ ଏବେ ନୂଆପଡାରେ ବିଜେଡି ୩ ଫାଳ ହୋଇଯାଇଛି । ପ୍ରାର୍ଥୀ ଗୋଟିଏ, ହେଲେ ସଂଗଠନ ୩ । ଜାଗାରେ ଜାଗାରେ ବିଜେଡିକୁ ବିରୋଧ କରୁଛନ୍ତି ଖୋଦ ବିଜେଡି ସମର୍ଥକ ।
ଗୋଟିଏ ପଟେ ଟିମ ମନୋଜ ମିଶ୍ର । ଅନ୍ୟ ପଟେ ଭାନୁ ପ୍ରତାପସିଂ ମାଝୀ ଆଉ ପ୍ରାର୍ଥୀ ହୋଇଥିବା ସ୍ନେହାଙ୍ଗିନୀ ଛୁରିଆ । ଯାହା ଏବେ ନୂଆପଡା ବିଜେଡି ପାଇଁ କାଳ ସାଜିଛି । କାରଣ ନୂଆପଡା ପାଇଁ ଆଶାୟୀ ପ୍ରାର୍ଥୀ ଥିଲେ ମନୋଜ ମିଶ୍ର ଏବଂ ଭାନୁ ପ୍ରତାପ ସିଂ ମାଝୀ।

ବିଶେଷ କରି ମନୋଜ ମିଶ୍ର ପ୍ରାର୍ଥୀ ହୋଇପାରନ୍ତି ବୋଲି ଖୁବ୍ ଚର୍ଚ୍ଚା ହେଉଥିଲା । ହେଲେ ନବୀନ ସ୍ନେହାଙ୍ଗିନୀଙ୍କୁ ପ୍ରାର୍ଥୀ କରିବା ପରେ ଅସନ୍ତୁଷ୍ଠ ଅଛନ୍ତି ୨ ନେତା । ଆଉ ସେମାନଙ୍କ ସମର୍ଥକମାନେ ଏବେ ବିଜେଡି ଭାଗରେ ଥିବା ଭୋଟକୁ କଂଗ୍ରେସକୁ ଦେବାକୁ ସ୍ଥିର କରିଛନ୍ତି । ଯାହା ବିଜେଡି ପାଇଁ ଜମା ବି ଶୁଭଙ୍କର ନୁହେଁ ।
ତେବେ ନୂଆପଡାବାସି କାହାକୁ ବାଛିବେ ତାହା ନିର୍ବାଚନ ଫଳାଫଳ ଆସିବା ପରେ ଜଣା ପଡିବ ।
