ବଡ ହାଟ ପାଇଁ ବିଏମ୍‌ସିର ବଢ଼ିଲା ଚିନ୍ତା !

ଭୁବନେଶ୍ୱର ଏକ ନମ୍ବର ହାଟରେ ବିବାଦ ପରେ ଚେତିଲେ ବିଏମ୍ସି । ଏନେଇ ଏକ ବଡ ପଦକ୍ଷେପ ଗ୍ରହଣ କରିଚି ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ । ରାଜଧାନୀର ବିଭିନ୍ନ ହାଟ ପାଇଁ ଏସ୍‌ଓପି ଆଣିବ ବିଏମ୍‌ସି।

ରାଜଧାନୀର ୨୦ଟି ବଡ଼ ହାଟରେ ଲାଗୁହେବ ଏସ୍‌ଓପି। ଏନେଇ ସୂଚନା ଦେଇଛନ୍ତି ବିଏମ୍‌ସି ମେୟର ସୁଲୋଚନା ଦାସ। BMC ଅଧିକରୀଙ୍କ ଉପସ୍ଥିତିରେ ହେବ ହାଟ କମିଟି ନିର୍ବାଚନ । ସବୁ ହାଟ ଦୋକାନୀଙ୍କ ପାଇଁ ହେବ ଗ୍ରୁପ ଇନ୍ସୁରାନ୍ସ । ହାଟରେ ଏନ୍‌ଫୋର୍ସମେଣ୍ଟ କଡାକଡ଼ି ହେବ । ଜରିପାଲ ଟାଣି ପାରିବେନି ଦୋକାନୀ’। ସେହିପରି ରାସ୍ତା ଉପରକୁ ମାଡ଼ି ବ୍ୟବସାୟ କରି ପାରିବେନି ଦୋକାନୀ ।

ଗତକାଲି ଭୁବନେଶ୍ବର ୧ ନମ୍ବର ହାଟରେ ଅଗ୍ନିକାଣ୍ଡ ଘଟିଥିଲା । ଯେଉଁଥିରେ ୩୦ରୁ ଅଧିକ ଦୋକାନ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା । ଯାହାକୁ ନେଇ ସୃଷ୍ଟି ହୋଇଥିଲା ଗୋଷ୍ଠୀ କନ୍ଦଳ ।

ସୂଚନା ମୁତାବକ, ଗତକାଲି ଗୋଟିଏ ଗୋଷ୍ଠୀର ବୈଠକ ଚାଲିଥିବା ବେଳେ ହାଟରେ ଲାଗିଥିଲା ନିଆଁ । ଆଉ ଏହା ପଛରେ ବିରୋଧୀ ଗୋଷ୍ଠୀର ହାତ ଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଥିବାରୁ ଏବେ ବିଏମସି ପକ୍ଷରୁ କଡ଼ା ପଦକ୍ଷେପ ହାତକୁ ନିଆଯାଇଛି ।

Leave a Reply

Your email address will not be published. Required fields are marked *