କଂଗ୍ରେସରୁ ୬ ବର୍ଷ ପାଇଁ ସୁରଙ୍କୁ ବହିଷ୍କୃତ

ଭୁବନେଶ୍ୱର,୧୫/ ୪: ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି । ଏଆଇସିସି ସୋମବାର ସୁରଙ୍କୁ ୬ ବର୍ଷ ପାଇଁ ବହିଷ୍କାର କରିଛି । ଏଆଇସିସି ପକ୍ଷରୁ ପ୍ରେସ ରିଲିଜ୍‌ ଜରିଆରେ ଏହି ସୂଚନା ଦିଆଯାଇଛି । ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କୁହାଯାଇଛି।
ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କ ଦ୍ୱାରା ଜାରି ପ୍ରେସ ରିଲିଜ ଅନୁସାରେ, ସୁରେଶ କୁମାର ରାଉତରାୟଙ୍କୁ ବିଶୃଙ୍ଖଳିତ ଓ ଦଳବିରୋଧୀ କାର୍ଯ୍ୟ ପାଇଁ ତତ୍କାଳ ପ୍ରଭାବରୁ ୬ବର୍ଷ ପାଇଁ ବହିଷ୍କାର କରାଯାଇଛି । ଏହା ସୁରଙ୍କ ପାଇଁ ଶକ୍ତ ଧକ୍କା ହୋଇଛି ।