ସାଲେପୁରରୁ ଅରିନ୍ଦମଙ୍କୁ ମିଳିଲା ଟିକେଟ୍‌

ଭୁବନେଶ୍ୱର,୨୭/୪ : ଓଡିଶା ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି। ବିଧାନସଭା ନିର୍ବାଚନ ପାଇଁ ୮ ଆସନରେ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଯେଉଁଥିରେ ଅଭିନେତା ଅରିନ୍ଦମ ରାୟଙ୍କ ନାଁ ରହିଛି । ଦଳ ତାଙ୍କୁ କେନ୍ଦ୍ରାପଡା ସାଲେପୁରରୁ ଟିକେଟ୍‌ ଦେଇଛି। ନିକଟରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ ।ଅରିନ୍ଦମଙ୍କ ବ୍ୟତୀତ ହିନ୍ଦୋଳରୁ ସୀମାରାଣୀ ନାୟକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବିନ୍ଦ୍ର ଅନ୍ଦିଆ, କେନ୍ଦ୍ରାପଡାରୁ ଗୀତାଞ୍ଜଳି ସେଠୀ, ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବ, ବାସୁଦେବପୁରରୁ ବାଣୀକଲ୍ୟାଣ ମହାନ୍ତିଙ୍କୁ ଟିକେଟ୍‌ ମିଳିଛି।

Leave a Reply

Your email address will not be published. Required fields are marked *