ଭୁବନେଶ୍ବର,୨୮/୪ : କଂଗ୍ରେସ ପକ୍ଷରୁ ରବିବାର ୨ଟି ଲୋକସଭା ଏବଂ ୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । କଟକ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଭାବେ ସୁରେଶ ମହାପାତ୍ରଙ୍କ ନାମ ଘୋଷଣା କରାଯାଇଥିବାବେଳେ ସମ୍ବଲପୁର ଲୋକସଭା ଆସନ ଲାଗି ନଗେନ୍ଦ୍ର ପ୍ରଧାନଙ୍କୁ ଟିକେଟ ଦିଆଯାଇଛି । ସମ୍ବଲପୁରରେ ପୂର୍ବରୁ ଦୁଲାଲ ପ୍ରଧାନଙ୍କୁ ଦଳ ଟିକେଟ ଦେଇଥିଲା। କିନ୍ତୁ ତାଙ୍କୁ ବଦଳାଇ ତାଙ୍କ ସ୍ଥାନରେ ନଗେନ୍ଦ୍ର ପ୍ରଧାନଙ୍କୁ ଟିକେଟ ଦେଇଛି ଦଳ।ସେହିପରି ୮ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରାଯାଇଛି । ବାରିପଦା ବିଧାନସଭା ଆସନ ପାଇଁ ପ୍ରମୋଦ କୁମାର ହେମ୍ବ୍ରମଙ୍କ ନାମ ଘୋଷଣା କରାଯାଇଥିବାବେଳେ ଜଳେଶ୍ବର ଆସନ ପାଇଁ ଦେବୀ ପ୍ରସନ୍ନ ଚାନ୍ଦ, ବାରବାଟୀ କଟକ ଆସନ ପାଇଁ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦୋଶଙ୍କୁ ଟିକେଟ ଦିଆଯାଇଛି। ସେହିପରି ବାଲେଶ୍ବର ବିଧାନସଭା ଆସନରେ ମୋନାଲିଶା ଲେଙ୍କା, ବଡ଼ଚଣା ବିଧାନସଭା ଆସନରେ ଅଜୟ ସାମଲ, ଜଗତସିଂହପୁର ବିଧାନସଭା ଆସନରେ ପ୍ରତିମା ମଲିକ, ପାଲଲହଡ଼ା ଆସନରେ ଫକୀର ସାମଲ ଏବଂ ଖଣ୍ଡପଡ଼ା ବିଧାନସଭା ଆସନରେ ବୈଜୟନ୍ତୀମାଲା ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି। ତେବେ ଦଳ ପକ୍ଷରୁ ପୂର୍ବରୁ ବାରିପଦାରେ ବାଦଲ ହେମ୍ବ୍ରମ ଏବଂ ଖଣ୍ଡପଡ଼ାରେ ମନୋଜ କୁମାର ପ୍ରଧାନଙ୍କୁ ପ୍ରାର୍ଥୀ କରାଯାଇଥିଲା। ଉଭୟଙ୍କୁ ବଦଳାଯାଇ ନୂଆ ପ୍ରାର୍ଥୀ ଭାବେ ବାରିପଦାରେ ପ୍ରମୋଦ ଏବଂ ଖଣ୍ଡପଡ଼ାରେ ବୈଜୟନ୍ତୀମାଲାଙ୍କ ନାମ ଘୋଷଣା କରାଯାଇଛି ।
Related Posts
ବୁଥ ପ୍ରସ୍ତୁତ, ପୁଲିଂ ଅଫିସର ବି ପ୍ରସ୍ତୁତ, ଭୋଟରଙ୍କୁ ଅପେକ୍ଷା
- satakhabar
- May 11, 2024
- 0
ଭୁବନେଶ୍ୱର, ୧୧ /୫ : ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ତଥା ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଏଥିରେ ଓଡ଼ିଶାର ୪ଟି ସଂସଦୀୟ କ୍ଷେତ୍ର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର […]
ନୂତନ ସରକାରଙ୍କ ପ୍ରଥମ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍ ବୈଠକ; ଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିରର ୪ ଦ୍ବାର
- satakhabar
- June 12, 2024
- 0
ଭୁବନେଶ୍ବର, ୧୨/୬ : ଶପଥ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ପ୍ରଥମ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରି ୪ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ […]
‘ସୁଭଦ୍ରା’ ଯୋଜନା ପାଇଁ ଆବେଦନ କରିପାରିବେ ଅଙ୍ଗନବାଡ଼ି କର୍ମୀ
- satakhabar
- August 30, 2024
- 0
ଭୁବନେଶ୍ବର, ୩୦/୮ : ‘ସୁଭଦ୍ରା’ ଯୋଜନା ପାଇଁ ଅଙ୍ଗନବାଡ଼ି କର୍ମୀ କରିପାରିବେ ଆବେଦନ । ଏ ନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଅଙ୍ଗନବାଡ଼ି କର୍ମୀଙ୍କ ସମେତ ସହାୟିକା, ଆଶା କର୍ମୀ, […]