ତାମିଲି ବାବୁଙ୍କ ଗୁମାସ୍ତା ରାଜା ଚକ୍ର !

ଭୁବନେଶ୍ବର, ୮/୩ : କାହା ବଳରେ ବଳିୟାନ ରାଜ ଚକ୍ର । ରାଜ୍ୟରେ ରାଜାଙ୍କୁ ନେଇ ଏବେ ରାଜନୀତି ପଡ଼ୁଛି ଉଠୁଛି । ହଠତ୍ ଅଭ୍ୟୁଦୟ ହୋଇ ଏତେ କୋଟିର କେମିତି ହେଲେ ମାଲିକ ତାକୁ ନେଇ ଚାଲିଛି ତନାଘନା । ବଲିଉଡର ସୁପରହିଟ୍ ସିନେମା କେଜିଏଫର କାହାଣୀ ଭଳି ରାଜା ଚକ୍ରଙ୍କ କାରନାମା ରହିଛି । କେନ୍ଦୁଝର ସମଗ୍ର ଖଣି ଖାଦାନକୁ ନିଜ ଅକ୍ତିଆରକୁ ନେଇଥିଲେ ରାଜା । ସାଧାରଣ ଲୋକଙ୍କ ସମର୍ଥନ ପାଇବା ପାଇଁ ଲୋକଙ୍କ ପିଛା ବାର୍ଷିକ ୩୦ରୁ ୫୦ ହଜାର ଟଙ୍କା ବାଣ୍ଟୁଥିଲେ । ଆଉ ସୃଷ୍ଟି କରିଥିଲେ ନିଜର ଏକ ଫୌଜ । ରାଜା ଇସାରାରେ ଆନ୍ଦୋଳନ, ବିକ୍ଷୋଭକୁ ଓହ୍ଲାଉଥିଲେ ହଜାର ହଜାର ସଂଖ୍ୟାରେ ଲୋକ ।

ତିନି ପ୍ରମୁଖ ସହଯୋଗୀ ସୁଧାଶୁଂ ନାୟକ, ସମୀର ଜେନା ଓ ସୁଶାନ୍ତ ସାମଲ ଜରିଆରେ ପୂରା କେନ୍ଦୁଝରରେ ଖଣିଜ ପଦାର୍ଥ ପରିବହନକୁ କରାୟତ କରିଥିଲା ରାଜା ଚକ୍ର । ଯେଉଁ ତିନି ଅଭିଯୁକ୍ତ କ୍ରାଇମବ୍ରାଞ୍ଚ ଜେରାର ସମ୍ମୁଖୀନ ହୋଇଛନ୍ତି । ଯେଉଁମାନଙ୍କୁ ହାତ କରି ରାଜା ଓ ତାର ସହଯୋଗୀମାନେ ବେଆଇନ ଭାବେ ଅର୍ଥ ହରିଲୁଟ କରିଥିଲେ ଏବେ ସେମାନଙ୍କ ବୟାନ ରେକର୍ଡ କରିବା ଆରମ୍ଭ କରିଛି ତଦନ୍ତକାରୀ ସଂସ୍ଥା । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ନାଁରେ ୩୦ କୋଟିରୁ ଉର୍ଦ୍ଧ ଟଙ୍କାର ଫଲ୍ସ ତେଲ ବିଲ ହୋଇଥିବାରୁ କେନ୍ଦୁଝରର ଏକ ପେଟ୍ରେଲ ପମ୍ପ ମାଲିକଙ୍କ ବୟାନ କୋର୍ଟରେ ରେକର୍ଡ କରାଇଛି କ୍ରାଇମବ୍ରାଞ୍ଚ ।

କ୍ରାଇମବ୍ରାଞ୍ଚ ଇଓଡବ୍ଲୁର ତନାଘନା ପରେ ରାଜାଙ୍କ ସହଯୋଗୀମାନେ ଦୁର୍ନୀତି ଅର୍ଜିତ ସଂପତ୍ତି ଟଙ୍କା ଓ ସୁନା ଗହଣାକୁ ଲୁଚାଇବାକୁ ଉଦ୍ୟମ କରୁଛନ୍ତି । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତିରେ ସମ୍ପୃକ୍ତ ଥିବା ବାଂଶପାଳ ବ୍ଲକର ବହୁ ଲୋକଙ୍କ ଭିତରେ ଛନକା ପଶିଯାଇଛି ।ତେବେ କୁହାଯାଉଛି ଏ ସବୁ ତାମିଲି ଅଫିସର ଭିକେ ପାଣ୍ଡିଆନ ଏବଂ ବବି ଦାସଙ୍କ ପାଇଁ କରୁଥିଲେ । ତାମିଲି ବାବୁଙ୍କ ଗୁମାସ୍ତା ସାଜି ଲୁଟୁଥିଲେ ଖଣି । ଆଗକୁ ସମୟ କହିବ ରାଜାଙ୍କ ପଛରେ କାହାର ବଡ଼ ହାତ ଥିଲା ।

Leave a Reply

Your email address will not be published. Required fields are marked *