ଭୁବନେଶ୍ଵର,୭/୫ : ନିର୍ବାଚନକୁ ଆଖି ଆଗରେ କେନ୍ଦ୍ରୀୟ ନେତାମାନଙ୍କ ଘନ ଘନ ଓଡ଼ିଶା ଗସ୍ତ ଜାରି ରହିଛି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ରବିବାର ରାତିରେ ଭୁବନେଶ୍ଵରରେ ପହଞ୍ଚିଥିଲେ। ସୋମବାର ସେ ବ୍ରହ୍ମପୁର ଓ ନବରଙ୍ଗପୁରରେ ଆୟୋଜିତ ଜନ ସମାବେଶରେ ଯୋଗ ଦେଇ ଫେରିଥିବାବେଳେ ଆସନ୍ତା ୧୦ ତାରିଖରେ ପୁଣି ଥରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଓଡ଼ିଶା ଆସି ଭୁବନେଶ୍ୱରରେ ଏକ ବିଶାଳ ରୋଡ୍ ଶୋ’ରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦୀ। ଏହା ବ୍ୟତୀତ ଆସନ୍ତାକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଓଡ଼ିଶା ଗସ୍ତ କରିବାର କାର୍ଯ୍ୟକ୍ରମ ଥିବାବେଳେ ତା’ ପରଦିନ ଅର୍ଥାତ୍ ୯ ତାରିଖରେ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଓ ଆସାମ ମୁଖ୍ୟମନ୍ତ୍ର ହିମନ୍ତ ବିଶ୍ଵଶର୍ମା ଓଡ଼ିଶା ଆସିବେ।ସୂଚନା ଅନୁସାରେ, ୧୦ ତାରିଖ ସନ୍ଧ୍ୟା ୬ଟାରୁ ଭୁବନେଶ୍ୱରେ ମୋଦୀଙ୍କ ରୋଡ୍ ଶୋ’ ଆରମ୍ଭ ହେବ। ମାଷ୍ଟରକ୍ୟାଣ୍ଟିନରୁ ବାହାରି ବାଣୀବିହାର ପର୍ଯ୍ୟନ୍ତ ଚାଲିବ ଏହି ରୋଡ୍ ଶୋ’। ଏଥିରେ ବହୁ ସଂଖ୍ୟକ ନେତା ଓ କର୍ମୀ ଯୋଗ ଦେବେ। ଏହାପରେ ଭୁବନେଶ୍ୱରରେ ହିଁ ରାତ୍ରୀ ଯାପନ କରିବେ ମୋଦୀ। ୧୧ ତାରିଖରେ ସେ ବଲାଙ୍ଗିରରେ ଆୟୋଜିତ ହେବାକୁ ଥିବା ସମାବେଶରେ ଯୋଗ ଦେବେ। ଅପରପକ୍ଷେ, ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଉଛି। ମଙ୍ଗଳବାର ଏସପିଜି ଦଳ ଓ ପୁଲିସ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି।
Related Posts
ସତ୍ୟଭାମା ଦେବୀ ମୁକ-ବଧିର ମହାବିଦ୍ୟାଳୟରେ ଅନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ
- satakhabar
- December 4, 2024
- 0
ଭୁବନେଶ୍ବର,୪/୧୨ : ସତ୍ୟଭାମା ଦେବୀ ମୁକ ବଧିର ମହାବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କୁ ନେଇ ସତ୍ୟଭାମା ଦେବୀ ୱେଲଫେୟାର ଟ୍ରଷ୍ଟ ତରଫରୁ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ଏଥିରେ ଉକ୍ତ ମହାବିଦ୍ୟାଳୟରେ ପଢୁଥିବା ୪୫୦ ମୁକ […]
କୁମ୍ଭୀର ଆକ୍ରମଣରେ ବାଳକର ମୃତ୍ୟୁ ଘଟଣା ; ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ, ୬ ଲକ୍ଷ ଟଙ୍କା ସହାୟତା ଘୋଷଣା
- satakhabar
- June 29, 2024
- 0
ଭୁବନେଶ୍ୱର,୨୯/୬ : ଅନୁଗୁଳ ଜିଲ୍ଲାର ଟିକରପଡାଠାରେ ମହାନଦୀରେ କୁମ୍ଭୀର ଆକ୍ରମଣରେ ଗୋଟିଏ ବାଳକର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ପରିବାର ବର୍ଗଙ୍କ ପ୍ରତି ସମବେଦନା […]
ରାଜ୍ୟରେ ନୂତନ ସରକାରକୁ ୩ ମାସ ପୂରିବ ; ପ୍ରଶଂସା କମ୍, ସମାଲୋଚନା ବେଶୀ
- satakhabar
- August 31, 2024
- 0
ଭୁବନେଶ୍ବର, ୩୧/୮ : ଦୀର୍ଘ ୨୪ବର୍ଷ ପରେ ରାଜ୍ୟରେ ବଦଳିଲା ସରକାର । ନୂତନ ସରକାର, ନୂତନ ଆଶାକୁ ନେଇ ଲୋକେ ଖୁସି ହୋଇଥିଲେ। ନୂଆ ସରକାର ଆସିବ ନୂଆ ନୀତି ଆସିବ ନୂଆ […]