ଭୁବନେଶ୍ୱର,୧୧/୪ : ଜବାହରଲାଲ ନେହେରୁଙ୍କ ସହ ଭି.କେ ପାଣ୍ଡିଆନଙ୍କୁ ତୁଳନା କଲେ ବିଜେଡି ନେତା । ବିଜେଡି ନେତା ସଂତୃପ୍ତ ମିଶ୍ର କହିଥିଲେ‘ନେହେରୁ’ଙ୍କ ଭଳି ଓଡ଼ିଶା ରାଜନୀତିରେ ‘ପାଣ୍ଡିଆନ’। “ପାଣ୍ଡିଆନ ନିଜେ ଜାଣିନଥିବେ ତାଙ୍କ ଗୁରୁତ୍ୱ କେତେ”? ଯାହାକୁ ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ପାଣ୍ଡିଆନ । ଯଦିଓ ସେ ୧୦ ମାସ ହେଲା ରାଜନୀତିରୁ ସନ୍ନାସ ନେଇ ସାରିଛନ୍ତି । ତଥାପି ତାଙ୍କୁ ନେଇ ରାଜ୍ୟ ରାଜନୀତି ସବୁବେଳେ ସରଗରମ ରହୁଛି।ବିଭିନ୍ନ ପ୍ରସଙ୍ଗକୁ ନେଇ ଏବେ ବି ପାଣ୍ଡିଆନଙ୍କୁ ଶାସକ ଦଳ ଆକ୍ଷେପ କରୁଥିବାବେଳେ, ବିଜେଡି ନେତା ବି ପାଣ୍ଡିଆନଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି ।
ସବୁବେଳେ ପାଣ୍ଡିଆନଙ୍କ ଗୁରୁତ୍ୱ ବଢ଼ାଉଛନ୍ତି ଅନ୍ୟମାନେ। ଆଉ ଆଜି ସିଧା ନେହାରୁଙ୍କ ସହ ପାଣ୍ଡିଆନଙ୍କୁ ତୁଳନା କରିଦେଲେ ସଂତୃପ୍ତ। ନେହେରୁଙ୍କ ରାଜନୀତି କରିବାର ଶୈଳୀ ସହ ପାଣ୍ଡିଆନଙ୍କ ରାଜନୀତି କରିବାର ଶୈଳୀ ପ୍ରାୟ ସମାନ ବୋଲି କହିଛନ୍ତି ସଂତୃପ୍ତ।ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ବିଜେଡି ହେଉଛି ରୋହି ମାଛ। ବିଜେଡିରେ ପୁନଃଉଦ୍ଧାର ଚାଲିଛି। ଓ୍ୱକଫ ବିବାଦ ନେଇ ନବୀନ ବାବୁ ଦାୟିତ୍ୱ ନେଇଛନ୍ତି। ବିଜେଡି ଅନେକ ପର୍ଯ୍ୟାୟରେ ଯାଉଛି। ଆଗକୁ ନିୟମ ଓ ଆଇନ ଆସିବ। ଯାହାକୁ କହିବାର ଅଛି ନବୀନ ନିବାସ ଆସି ସିଧା କୁହନ୍ତୁ। ନବୀନ ନିବାସ ବୈଠକରେ ପାଣ୍ଡିଆନ ବସୁନାହାନ୍ତି।
