ଭୁବନେଶ୍ୱର, ୨୮/୫ : ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ କେଉଁ ପରିସ୍ଥିତିରେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରାଯାଇ ଜେଲ ପଠାଗଲା ବୋଲି ପ୍ରଶ୍ନ କରିଛନ୍ତି। ଯେଉଁ ବୁଥରେ ଇଭିଏମ ଭଙ୍ଗା ଯାଇଥିଲା ସେହି ସ୍ଥାନକୁ ସେ ନିଜେ ଯାଇଥିଲେ। ହେଲେ ସେଠାରେ ଜଣେ ବି କେହି ତାଙ୍କ ବିରୋଧରେ ଅଭିଯୋଗ କରିନାହାଁନ୍ତି। ପ୍ରଶାନ୍ତ ଇଭିଏମ ଭାଙ୍ଗିଥିବା ନେଇ କେହି ବି ଲୋକ ଅଭିଯୋଗ କରିନଥିଲେ। ବୁଥ ପରିସରରେ ଥିବା ସିସିଟିଭି କାହିଁକି ଚେକ୍ କରାଗଲାନାହିଁ। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ। ଘଟଣା ଦିନର ସିସିଟିଭି ଫୁଟେଜ ଅପରାଜିତାଙ୍କ ହାତରେ ଲାଗିଥିବା କହିଛନ୍ତି। ଠିକ୍ ସମୟ ଆସିଲେ ସେ ଏହାକୁ ଉନ୍ମୋଚନ କରିବେ। ଏହାସହିତ ପ୍ରଶାନ୍ତ ଜଗଦ୍ଦେବଙ୍କ ଲୋକପ୍ରିୟତାକୁ ଦେଖି ସରକାର ଡରିଗଲେ କି? ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଇଛି ବୋଲି କହିଛନ୍ତି ଅପରାଜିତା।
Related Posts
ବିଧାନସଭାରେ ବଜେଟ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି
- satakhabar
- July 25, 2024
- 0
ଭୁବନେଶ୍ବର,୨୫/୭ : ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝି । ୨ ଲକ୍ଷ ୬୫ ହଜାର କୋଟିର ବଜେଟ୍ ଉପସ୍ଥାପନ […]
ଓଡ଼ିଶାରେ ସରକାର ଗଢିବ ବିଜେପି : ଶାହଙ୍କ ଭବିଷ୍ୟବାଣୀ
- satakhabar
- May 28, 2024
- 0
ଭୁବନେଶ୍ୱର ,୨୮/୫: ୨୦୨୪ ନିର୍ବାଚନ ଲାଗି କେନ୍ଦ୍ରୀୟ ନେତାମାନେ ବିଜେପି ପାଇଁ ପ୍ରଚାର କରିବାକୁ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି କ୍ରମରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ଚାନ୍ଦବାଲିଠାରେ ଏକ ଜନସଭା […]
ମମତାଙ୍କୁ ଭେଟିଲେ ମୋହନ
- satakhabar
- July 27, 2024
- 0
ଭୁବନେଶ୍ୱର,୨୭/୭ : ଆଜି ନୂଆଦିଲ୍ଲୀ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି I ଶନିବାର ନୂଆଦିଲ୍ଲୀ ଠାରେ ଉଭୟ ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ବୈଠକରେ ଯୋଗ […]