ସାଉଥରେ ପାଦ ଥାପିବେ ଖିଲାଡୀ କୁମାର

ନୂଆଦିଲ୍ଲୀ, 17/4 : ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜର ଆକ୍ସନ ଥ୍ରୀଲର ଫିଲ୍ମ ‘ବଡ଼େ ମିୟାଁ ଛୋଟେ ମିୟାଁ’ପରେ ଏବେ ତେଲୁଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି। ବିଷ୍ଣୁ ମଞ୍ଚୁଙ୍କ ନିର୍ମିତ ‘କନ୍ନପ୍ପା’ ଫିଲ୍ମରେ ଅକ୍ଷୟ ନଜର ଆସିବେ ବୋଲି ମଙ୍ଗଳବାର ଜଣାପଡ଼ିଛି। ଏହା ଏକ ପୌରାଣିକ ଆଧାରିତ ଫିଲ୍ମ ହୋଇଥିବାବେଳେ ଏଥିରେ ଅକ୍ଷୟଙ୍କ ସହ ପ୍ରଭାସ, ମୋହନଲାଲଙ୍କ ଭଳି ଦକ୍ଷିଣ ସିନେମାର ସୁପରଷ୍ଟାର ପ୍ରଭାସ, ମୋହନଲାଲ ଓ ନୟନତାରା ନଜର ଆସିବେ। ଅକ୍ଷୟ ‘କନ୍ନପ୍ପା’ର ଏକ ଅଂଶ ହେବା ସହ ସାଉଥ ଚଳଚ୍ଚିତ୍ରରେ ଡେବ୍ୟୁ କରିବେ ବୋଲି ପିଲ୍ମ ନିର୍ମାତା ବିଷ୍ଣୁ ମଞ୍ଚୁ ନିଜ ଏକ୍ସ’ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ସେ ଏହି ପୋଷ୍ଟରେ ଏକ ଭିଡିଓ ମଧ୍ୟ ଶେୟାର କରିଥିଲେ। ଏଥିରେ ବିଷ୍ଣୁ ଅକ୍ଷୟଙ୍କୁ ଫୁଲମାଳ ଦେଇ ସ୍ବାଗତ କରିଥିବା ଦେଖିବାକୁ ମିଳିଛି। ଏହା ପରେ ଉଭୟ ଅକ୍ଷୟ ଓ ବିଷ୍ଣୁ ମଞ୍ଚୁ ‘କନ୍ନପ୍ପା’ ପ୍ରୋଜେକ୍ଟ ବିଷୟରେ ଆଲୋଚନା କରିଥିଲେ। ଅକ୍ଷୟଙ୍କ ଯୋଗଦାନରେ ‘କନ୍ନପ୍ପା’ ଆହୁରି ଅଧିକ ରୋମାଞ୍ଚକର ହୋଇଥିବା ଏହି ଅବସରରେ ବିଷ୍ଣୁ କହିଛନ୍ତି। ଅକ୍ଷୟଙ୍କ ଭଳି ଷ୍ଟାରଙ୍କୁ ତେଲୁଗୁ ଚଳଚ୍ଚିତ୍ର ଶିଳ୍ପରେ ସ୍ବାଗତ କରି ସେ ଖୁସିବ୍ୟକ୍ତ କରିଛନ୍ତି। ‘କନ୍ନପ୍ପା’ ଚଳଚ୍ଚିତ୍ର ସହ ତେଲୁଗୁ ସିନେମାରେ ଅକ୍ଷୟଙ୍କ ଡେବ୍ୟୁ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ଭଗବାନ ଶିବଙ୍କର ଏକ ଭକ୍ତ କନ୍ନପ୍ପାଙ୍କୁ ନେଇ ଏହି ଚଳଚ୍ଚିତ୍ରର କାହାଣୀ ଆଧାରିତ।

Leave a Reply

Your email address will not be published. Required fields are marked *