ଆସିଲା ‘ଜାଟ୍‌’ ପ୍ରୋମୋ, ଆସନ୍ତାକାଲି ଟ୍ରେଲର

ମୁମ୍ବାଇ, ୨୩/୩ : ଆସିଲା ‘ଜାଟ୍’ ପ୍ରୋମୋ । ସନି ଦେଓଲ ଅଭିନୀତ ଫିଲ୍ମ ‘ଜାଟ୍’। ଏହି ଫିଲ୍ମ ଆସନ୍ତା ମାସ ହଲକୁ ଆସିବ। ଏହା ପୂର୍ବରୁ ପ୍ରଶଂସକ ଏହାର ଟ୍ରେଲର ଅପେକ୍ଷାରେ ଅଛନ୍ତି ଏବଂ ଖୁବଶୀଘ୍ର ଏହି ଅପେକ୍ଷାର ଅନ୍ତ ହେବାକୁ ଯାଉଛି। ରବିବାର ନିର୍ମାତା ଚଳଚ୍ଚିତ୍ରର ଟ୍ରେଲର ରିଲଜ୍ ତାରିଖ ବିଷୟରେ ସୂଚନା ଦେଇଛନ୍ତି। ନିର୍ମାତା ଫିଲ୍ମର ଏକ ପ୍ରୋମୋ ଶେୟାର କରିଛନ୍ତି, ଯେଉଁଥିରେ ସନି ଦେଓଲଙ୍କ ଗର୍ଜନ ଶୁଣିବାକୁ ମିଳିଛି। ଏହି ପ୍ରୋମୋରେ ଟ୍ରେଲର ରିଲିଜ୍ ତାରିଖ ଘୋଷଣା କରାଯାଇଛି। ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ ୨୪ ତାରିଖରେ ରିଲିଜ୍ ହେବ ‘ଜାଟ୍’ର ଟ୍ରେଲର।୨୦୨୩ରେ ମୁକ୍ତିଲାଭ କରିଥିବା ସନି ଦେଓଲଙ୍କ ଫିଲ୍ମ ‘ଗଦର ୨’ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିଲା। ଏହା ମାଧ୍ୟମରେ ତାଙ୍କର ଜବରଦସ୍ତ ପ୍ରତ୍ୟାବର୍ତ୍ତନ ହୋଇଥିଲା ଏବଂ ଅଭିନେତାଙ୍କ ନିକଟକୁ ଫିଲ୍ମର ସୁଅ ଛୁଟିଥିଲା। ‘ଗଦର ୨’ ପରେ ସନି ଦେଓଲ ଏବେ ଖୁବଶୀଘ୍ର ଫିଲ୍ମ ‘ଜାଟ୍’ରେ ନଜର ଆସିବେ। ଆଜି ଏହାର ଟ୍ରେଲର ପ୍ରେମୋ ପିପଲ ମିଡିଆ ଫ୍ୟାକ୍ଟ୍ରିର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ଶେୟାର କରାଯାଇଛି।

ପ୍ରୋମୋରେ ଏକ ଟ୍ରକ୍ ଦେଖିବାକୁ ମିଳିଛି। ଏଥିସହ ସନିଙ୍କ ଝଲକ୍ ସହ ତାଙ୍କ ଗର୍ଜନ ମଧ୍ୟ ଶୁଣିବାକୁ ମିଳିଛି। ସନି ଗର୍ଜନ କରି ‘ସରୀ ବୋଲ୍’ କହୁଥିବା ଶୁଣିବାକୁ ମିଳିଛି। ନିର୍ମାତା ପୋଷ୍ଟ ସହ କ୍ୟାପ୍ସନରେ ଲେଖିଛନ୍ତି, ‘‘ଧମାକାଦାର ଟ୍ରେଲରର ଝଲକ। ସମ୍ପୂର୍ଣ୍ଣ ଟ୍ରେଲର ମାର୍ଚ୍ଚ ୨୪ ତାରିଖ ଦିନ ୧୨.୦୬ରେ ରିଲିଜ୍ ହେବ।’’ ଏହି ଫିଲ୍ମ ଏପ୍ରିଲ ୧୦ରେ ମୁକ୍ତିଲାଭ କରିବ। ଚଳଚ୍ଚିତ୍ରର ନିର୍ଦେଶନା ଭାର ଗୋପୀଚନ୍ଦ ମାଲିନେନୀ ବହନ କରିଛନ୍ତି।

Leave a Reply

Your email address will not be published. Required fields are marked *