ସୁରମା ପାଢୀ ବାଚସ୍ପତି ପ୍ରାର୍ଥୀ

ଭୁବନେଶ୍ଵର, ୧୯/୬ : ସୁରମା ପାଢୀ ବିଜେପିର ବାଚସ୍ପତି ପ୍ରାର୍ଥୀ। ସେ ବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ରଣପୁର ବିଧାୟିକା ହେଉଛନ୍ତି ସୁରମା ପାଢୀ। ବିଜେପି ବିଧାୟକ ଦଳ ବୈଠକରେ ବିଚାର ବିମର୍ଶ ପରେ ତାଙ୍କ ନାଁରେ ମୋହର ବାଜିଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଧାନସଭା ୫୪ନଂ ପ୍ରକୋଷ୍ଠରେ ବିଜେପି ବିଧାୟକ ଦଳ ବୈଠକ ବସିଥିଲା। ତେବେ ବାଚସ୍ପତି ରେସରେ ସବୁଠୁ ଆଗରେ ରହିଥିଲା ସୁରମା ପାଢ଼ୀଙ୍କ ନାଁ । ବିଧାନସଭାରେ ବିଜେପିର ଆବଶ୍ୟକୀୟ ସଂଖ୍ୟା ଥିବାରୁ ସୁରମା ନିଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ଏକପ୍ରକାର ସ୍ପଷ୍ଟ ହୋଇଛି ।

Leave a Reply

Your email address will not be published. Required fields are marked *