ରୁଙ୍ଗଟା କାରଖାନାରେ ଅଘଟଣ; ଲୁହା ଶେଡ୍‌‌ ଭୁଶୁଡ଼ି ୨ ମୃତ, ୫ ଗୁରୁତର

ଢେଙ୍କାନାଳ: ଢେଙ୍କାନାଳ ଜିଲା ଝାଡ଼ବନ୍ଧଠାରେ ଥିବା ରୁଙ୍ଗଟା ଖଣି କାରଖାନାରେ ସୋମବାର ଅଘଟଣ ଘଟିଛି। କାରଖାନାରେ ଥିବା ଯାନ୍ତ୍ରିକ ଢାଞ୍ଚା (ମେକାନିକାଲ ଷ୍ଟ୍ରକଚର) ଭୁଶୁଡ଼ି ପଡ଼ିବାରୁ ସେଠାରେ କାର୍ଯ୍ୟରତ ୨ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କଂପାନିର ଦାୟିତ୍ୱହୀନତା କାରଣରୁ ଏଭଳି ଘଟଣା ବାରମ୍ବାର ଘଟୁଥିଲାବେଳେ କଂପାନି କର୍ତ୍ତୃପକ୍ଷ ଘଟଣାକୁ ଚପାଇବା ପାଇଁ ଜୋରଦାର ଉଦ୍ୟମ ଚଳାଇଥିବାରୁ ଏହା ପ୍ରତିବାଦରେ କମ୍ପାନୀ ସମ୍ମୁଖରେ ଉତ୍ତେଜନା ଲାଗିରହିଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *