ସୁଭଦ୍ରା ଯୋଜନାକୁ ନେଇ ରାଜ୍ୟରେ ଚାଲିଛି ଠିଆ ପାଲା

ଭୁବନେଶ୍ବର,୧୮/୯ : ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ ପରିବର୍ତ୍ତନ ଘଟିଛି ଏବଂ ପ୍ରଥମ କରି ବିଜେଡ଼ି ଓଡ଼ିଶାରେ ଶାସନ ଭାର ଗ୍ରହଣ କରିଛି । ଶାସନ ଭାର ଗ୍ରହଣ କରିବା ପରେ ଓଡ଼ିଶାବାସୀଙ୍କ ପାଇଁ କୌଣସି ଗୋଟିଏ ନୂଆ ଯୋଜନା କରିପାରି ନଥିବା ବେଳେ ବିଜୁ ଜନତା ଦଳ କରିଥିବା ଯୋଜନା ସବୁର ନାମ ପରିବର୍ତ୍ତନ କରି ସେହି ଯୋଜନାକୁ କାର୍ଯ୍ୟକାରୀ କରି ଚାଲିଛି । ଏବେ ରାଜ୍ୟର ମହିଳାମାନଙ୍କ ପାଇଁ ସୁଭ୍ରଦା ଯୋଜନା ଘୋଷଣା କରିବା ପରେ ଓଡ଼ିଶାରେ ଏହି ସୁଭଦ୍ରା ଯୋଜନାକୁ ନେଇ ସବୁଠି ପାଲା ସୃଷ୍ଟି ହେବାରେ ଲାଗିଛି ।ରାଜ୍ୟ ସରକାର ସୁଭଦ୍ରା ଯୋଜନା ନେଇ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିନଥିବା ବେଳେ ଏହାକୁ ନେଇ ଏବେ ମହିଳାମାନେ ଆବେଦନ କରିବା ପାଇଁ ଦ୍ୱନ୍ଦରେ ପଡ଼ିଛନ୍ତି । ରାଜ୍ୟରେ ସବୁଠି ଅଶାନ୍ତି, ଓ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି । ସରକାର ପ୍ରଥମେ ଘୋଷଣା କରିଥିଲେ ସୁଭଦ୍ରା ଯୋଜନାରେ ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କା ଏକକାଳୀନ ପ୍ରଦାନ କରାଯିବ । ଏହାର କିଛି ଦିନ ପ୍ରତି ବର୍ଷ ରାକ୍ଷୀ ପୂର୍ଣ୍ଣିମା ଏବଂ ଆର୍ନ୍ତଜାତୀୟ ମହିଳା ଦିବସ ମୋଟ ଦୁଇଟି କିସ୍ତିରେ ୫ ହଜାର ଟଙ୍କା ଲେଖାଏଁ ବର୍ଷକୁ ୧୦ ହଜାର ଏବଂ ୫ ବର୍ଷରେ ୫୦ ହଜାର ଟଙ୍କା ପ୍ରତ୍ୟେକ ମହିଳାଙ୍କୁ ଦିଆଯିବ ।

ଇତି ମଧ୍ୟରେ ଏଇ ନିକଟରେ ରାକ୍ଷୀ ପୂର୍ଣ୍ଣିମା ପାଳନ ହୋଇସାରିଥିବା ବେଳେ ଆନ୍ତର୍ଜାତୀୟ ମହିଳା ଦିବସ ମଧ୍ୟ ପାଳନ ସରି ଗୋଟିଏ ବର୍ଷ ଅତିକ୍ରମ କରିସାରିଲାଣି ।ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ରାଜ୍ୟର ସମସ୍ତ ଜିଲ୍ଲାର ଅଙ୍ଗନବାଡ଼ି କେନ୍ଦ୍ର, ଜନସେବା କେନ୍ଦ୍ରରେ ମାଗଣାରେ ସୁଭଦ୍ରା ଯୋଜନା ଆବେଦନ କରିପାରିବେ । ଏଥିପାଇଁ ଯଦି କୌଣସି ଅଙ୍ଗନବାଡ଼ି କେନ୍ଦ୍ର ବା ଜନସେବା କେନ୍ଦ୍ର ଫି ବା ଟଙ୍କା ଦାବି କଲା ତେବେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଫଳରେ ଏବେ ଅଙ୍ଗନବାଡ଼ି କେନ୍ଦ୍ର ଓ ଜନସେବା କେନ୍ଦ୍ରରେ ନାହିଁ ନ ଥିବା ଭିଡ଼ ଜମୁଥିବାବେଳେ ଜନସେବା କେନ୍ଦ୍ରର କର୍ମଚାରୀ କହୁଛନ୍ତି, ଆମେ ମାଗଣାରେ ସୁଭଦ୍ରା ଯୋଜନା ଆବେଦନ କଲେ ଆମକୁ କଣ ଫାଇଦା ମିଳିବ, ଆମେ ଆମର ପ୍ରାପ୍ୟ ପାଇବୁ କିପରି । ତେଣୁ ଆମକୁ ଆମର ପ୍ରାପ୍ୟ ନ ମିଳିଲେ ଆମେ ଆବେଦନ କରିବୁ ନାହିଁ ।

ସୁଭଦ୍ରା ଯୋଜନା ଘୋଷଣା ପରେ ସବୁ ଅଙ୍ଗନବାଡ଼ି ଦିଦିମାନଙ୍କ ମୁଣ୍ଡରେ ଏବେ ଅଠା ଏବଂ ସାଧାରଣ ଜନତା ବାଡ଼ିଆ ପିଟା । ଯାହାକୁ ନେଇ ରାଜ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅଙ୍ଗନବାଡ଼ି ଦିଦି ସୁଭଦ୍ରା ଯୋଜନା ଫର୍ମ ଦେବା ପାଇଁ ସାଧାରଣ ଜନତାଙ୍କୁ ହଇରାଣ ହରକତ କରୁଛନ୍ତି । ଏବଂ ଆଧାର କାର୍ଡ଼ ସହିତ ମୋବାଇଲ ସଂଯୋଗ କରିବା ପାଇଁ ସବୁଠି ଗହଳି ଲାଗି ରହିଛି । ଫଳରେ ଲୋକମାନେ ବର୍ଷା ଓ ଖରାରେ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହୋଇ ମଧ୍ୟ ସଫଳତା ପାଇପାରୁ ନାହାଁନ୍ତି । ବହୁ ଜାଗାରେ ସାଧାରଣ ଜନତାଙ୍କ ମଧ୍ୟରେ ଠେଲାପେଲା, ବାଡ଼ିଆପିଟା ଓ ଗଣ୍ଡଗୋଳ •ଲିଛି । ମହିଳାମାନେ ଏହାର ଶିକାର ହେଉଛନ୍ତି ବୋଲି କ୍ଷୋଭର ସହ ପ୍ରକାଶ କରିଛନ୍ତି ।

ରାଜ୍ୟ ସରକାରଙ୍କ ଯଦି ସୁଭଦ୍ରା ଯୋଜନା ଆବେଦନ ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ ନ କରନ୍ତି, ତେବେ ସୁଭଦ୍ରା ଯୋଜନାକୁ ନେଇ ସାରା ରାଜ୍ୟରେ ଏହି ପାଲା ଚାଲିଥିବ ଏବଂ ରାଜ୍ୟ ସରକାର ନଖ ଘସି ଏହାର ଫାଇଦା ଉଠାଇ ଚାଲିଥିବେ ।

Leave a Reply

Your email address will not be published. Required fields are marked *