ଅଲିମ୍ପିକ୍ସରେ ଇତିହାସ ରଚିଲେ ଭିନେଶ, ସ୍ୱର୍ଣ୍ଣ ପାଇଁ ଖେଳିବେ

ନୂଆଦିଲ୍ଲୀ, ୬/୮ : ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଷ୍ଟାର ରେସଲର ଭିନେଶ ଫୋଗାଟ। ସେ ଭାରତ ପାଇଁ ମହିଳା ୫୦ କେଜି ବର୍ଗ କୁସ୍ତିରେ ପଦକ ପକ୍କା କରିଛନ୍ତି। ସେମି ଫାଇନାଲରେ ସେ ଦମଦାର ପ୍ରଦର୍ଶନ କରି କ୍ୟୁବାର ଗୁଜମାନଙ୍କୁ ୫-୦ରେ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି।ଯଦି ସେ ଫାଇନାଲରେ ବି ହାରୁଛନ୍ତି, ତା’ହେଲେ ଭାରତ ରୌପ୍ୟ ପଦକ ପାଇବ। କିନ୍ତୁ ଭିନେଶ ସ୍ୱର୍ଣ୍ଣ ପଦକ ଜିତିବା ଲକ୍ଷ୍ୟରେ ରହିଛନ୍ତି। ସାକ୍ଷୀ ମଲିକଙ୍କ ପରେ ଭିନେଶ ଦ୍ୱିତୀୟ ଭାରତୀୟ ମହିଳା ରେସଲରେ ଦେଶ ପାଇଁ ଅଲିମ୍ପିକ୍ସରେ ପଦକ ଜିତିଛନ୍ତି। ସାକ୍ଷୀ ୨୦୧୮ ରିଓ ଅଲିମ୍ପିକ୍ସରେ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ। ହେଲେ ଭିନେଶ ଆଜି ଦେଶ ପାଇଁ ପଦକ ପକ୍କା କରି ନେଇଛନ୍ତି।ଭିନେଶ ତାଙ୍କର ପ୍ରଥମ ମ୍ୟାଚ୍‌ରେ ଟୋକିଓ ଅଲିମ୍ପିକ୍ସର ସ୍ୱର୍ଣ୍ଣ ବିଜେତା ଜାପାନର ସୁସାକିଙ୍କୁ ୩-୨ରେ ହରାଇଥିଲେ। ଏହାପରେ କ୍ୱାର୍ଟର ଫାଇନାଲରେ ୟୁକ୍ରେନର ଓକସାନା ଲିଭାଚିଙ୍କୁ ୭-୫ ହରାଇ ସେମିରେ ପ୍ରବେଶ କରିଥିଲେ। ସେମିରେ ସେ କ୍ୟୁବାର ଗୁଜମାନଙ୍କୁ ୫-ରେ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି। ଏବେ ସେ ସ୍ୱର୍ଣ୍ଣ ପଦକ ଠାରୁ ଗୋଟିଏ ବିଜୟ ଦୂରରେ ରହିଛନ୍ତି।

Leave a Reply

Your email address will not be published. Required fields are marked *