ଅନ୍ତର୍ଜାତୀୟ କ୍ରିକେଟ୍‌କୁ ବାଏ ବାଏ କହିଲେ ଅଶ୍ୱିନ

ନୂଆଦିଲ୍ଲୀ, ୧୮/୧୨ : ଅନ୍ତର୍ଜାତୀୟ କ୍ରିକେଟ୍‌କୁ ବାଏ ବାଏ କହିଲେ ଭାରତୀୟ ସ୍ପିନର ଆର୍‌ ଅଶ୍ୱିନ୍। ଗାବା ଟେଷ୍ଟ ପରେ ସେ ଅବସର ଘୋଷଣା କରିଛନ୍ତି । ୩୮ ବର୍ଷ ବୟସରେ ରବିଚନ୍ଦ୍ରନ୍‌ କ୍ରିକେଟରୁ ଅବସର ନେଇ ଘୋଷଣା କରିଛନ୍ତି। ଅଶ୍ୱିନ ଟେଷ୍ଟ କ୍ୟାରିଅରରେ ୫୦୦ରୁ ଅଧିକ ୱିକେଟ ନେଇଛନ୍ତି । ବ୍ରିସବେନରେ ତୃତୀୟ ଟେଷ୍ଟ ପରେ ସେ ସାମ୍ବାଦିକ ସମ୍ମିଳନୀରେ ଅବସର ଘୋଷଣା କରିଛନ୍ତି।ଗାବା ଟେଷ୍ଟର ଡ୍ର ପରେ ରବିଚନ୍ଦ୍ରନ ଅଶ୍ୱିନ୍ ଅବସର ଘୋଷଣା କରି କହିଛନ୍ତି ଯେ, ଭାରତ ପାଇଁ କ୍ରିକେଟର ଭାବରେ ଏହା ତାଙ୍କର ଥିଲା ଶେଷ ଦିନ ।

ଏହାପୂର୍ବରୁ ଯେତେବେଳେ ପଞ୍ଚମ ଦିନରେ ମ୍ୟାଚ୍ ବନ୍ଦ ହୋଇଥିଲା ସେତେବେଳେ ଟିମ୍ ଇଣ୍ଡିଆର ସଦସ୍ୟମାନେ ଡ୍ରେସିଂ ରୁମରେ ଉପସ୍ଥିତ ଥିଲେ । ଏହି ସମୟରେ ରବିଚନ୍ଦ୍ରନ ଅଶ୍ୱିନ ବିରାଟ କୋହଲିଙ୍କୁ ଆଲିଙ୍ଗନ କରିଥିଲେ। ୩୮ବର୍ଷୀୟ କ୍ରିକେଟର ଆର୍ ଅଶ୍ୱିନ୍‌ଙ୍କ ନାଁରେ ଅନେକ ରେକର୍ଡ ରହିଛି । ସେ ଭାରତୀୟ ଟେଷ୍ଟ କ୍ରିକେଟର ଦ୍ୱିତୀୟ ସର୍ବାଧିକ ୱିକେଟ୍ ନେଇଥିବା ଖେଳାଳି। ବିଶ୍ୱ ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ ନେଇଥିବା ତାଲିକାର ୭ମ ସ୍ଥାନରେ ସେ ରହିଛନ୍ତି। ଟେଷ୍ଟ କ୍ରିକେଟରେ ଅଶ୍ୱିନ ୧୦୬ଟି ମ୍ୟାଚ ଖେଳି ମୋଟ ୫୩୭ଟି ନେଇଛନ୍ତି। ସେହିପରି ଓ୍ବାନଡେରେ ୧୫୬ଟି ୱିକେଟ୍ ଓ ଟି-୨୦ରେ ୭୨ ୱିକେଟ୍ ତାଙ୍କ ନାଁରେ ରହିଛି।

ଏହାର ଅର୍ଥ ଅନ୍ତର୍ଜାତୀୟ କ୍ରିକେଟରେ ସେ ୭୬୫ ୱିକେଟ୍ ନେଇଛନ୍ତି। ଏଥିସହିତ ସେ ସର୍ବାଧିକ ସଂଖ୍ୟକ ପ୍ଲେୟାର ଅଫ୍ ଦି ସିରିଜ୍ ପୁରସ୍କାର ଜିତିଛନ୍ତି (୧୧ ଥର), ଯାହା ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟର ମୁଥିଆ ମୁରଲୀଧରନ୍‌ଙ୍କ ରେକର୍ଡ ସହ ସମାନ।

Leave a Reply

Your email address will not be published. Required fields are marked *