ବଡ଼ଚଣା, ୩/୭ : ୫-ଟି ସ୍କୁଲ୍ ନାମରେ ଲକ୍ଷ ଲକ୍ଷ ଟଙ୍କା ଆସି ସ୍କୁଲ୍ ଗୁଡିକ ନୂତନ ଭାବରେ ବିଲ୍ଡିଂ ଠାରୁ ଆରମ୍ଭ ପାଚେରୀ, ପାର୍କ ଇତ୍ୟାଦି ବହୁ କାମ କରି ଚକାଚକ କରାଯାଇଥିଲା । କିନ୍ତୁ ସେହି ୫-ଟି ସ୍କୁଲ୍ କାମ କୋଉଠି ଭୁଶୁଡ଼ି ଗଲାଣି ତ, କୋଉଠି ପାଚେରୀ ପଡ଼ିଗଲାଣି । ଆଉ କୋଉଠି ଛାତର ସିଲିଂ ଖସି ଗଲାଣି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ କୁନ୍ଦଳ ପଞ୍ଚାୟତର ମା’ ମଲ୍ୟାଶୁଣୀ ହାଇସ୍କୁଲ, ଗରଗାଲି ଠାରେ ।ପ୍ରକାଶ ଯେ, ଗତ ୨ ତାରିଖ ଦିନ ସ୍କୁଲ୍ ଆରମ୍ଭ ସମୟରେ ପ୍ରାର୍ଥନା ପାଇଁ ସବୁ ଛାତ୍ର/ଛାତ୍ରୀ କ୍ଲାସରୁମରୁ ବାହାରକୁ ଆସିଥିଲେ । ଶେଷରେ ୫/୬ ଜଣ ଛାତ୍ରୀ ବାହାରି ଆସୁଥିବା ସମୟରେ ହଠାତ ଛାତର ସିଲିଂ ଭାଙ୍ଗି ପଡ଼ିଥିଲା । ଫଳରେ ଛାତ୍ରୀଙ୍କ ମୁଣ୍ଡ ଏଵଂ କାନ୍ଧରେ ସିଲିଂ ପଡି ଯାଇଥିଲା । ଛାତ୍ରୀ ମାନେ ଆହତ ହୋଇଥିଲେ । ପ୍ରଧାନ ଶିକ୍ଷୟତ୍ରୀ ଓ ଅନ୍ୟ ଶିକ୍ଷକ ପହଞ୍ଚି ଆହତ ମାନଙ୍କୁ ବାହାରକୁ ଆଣିବା ପରେ ଆମ୍ବୁଲାନ୍ସ ଯୋଗେ ବଡ଼ଚଣା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ପ୍ରାଥମିକ ଚିକିତ୍ସା ପରେ ଛାତ୍ରୀ ମାନଙ୍କୁ ଛାଡି ଦିଆ ଯାଇଥିଲା । ଅନ୍ୟପକ୍ଷରେ ନିମ୍ନମାନର କାମ ପାଇଁ ଏହି ଘଟଣା ଘଟିଛି ବୋଲି ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ଦାବି । ଖବର ପାଇ ସ୍ଥାନୀୟ ବିଧାୟକ ଅମର ନାୟକ, ସରପଞ୍ଚ ଏଵଂ ଅନ୍ୟାନ୍ୟ ନେତୃବୃନ୍ଦ ଘଟଣାସ୍ଥଳରେ ପହଞ୍ଚି ପ୍ରଧାନ ଶିକ୍ଷୟତ୍ରୀଙ୍କ ଶହ ଆଲୋଚନା କରିଛନ୍ତି । ପରେ ବିଡ଼ିଓଙ୍କୁ ଡକାଇ ତୁରନ୍ତ ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି । ପରେ ଘଟଣା ସମ୍ପର୍କରେ ବିଧାୟକ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରତଶ୍ରୁତି ଦେଇଛନ୍ତି ।
Related Posts
ଜ୍ୱରରୁ ସୁସ୍ଥ ହେଲେ ଶ୍ରୀଜୀଉ
- satakhabar
- July 3, 2024
- 0
ପୁରୀ,୩/୭ : ଜ୍ୱରରୁ ସୁସ୍ଥ ହେଲେ ଶ୍ରୀଜୀଉ। ହେଲା ରାଜପ୍ରାସାଦ ବିଜେ ନୀତି। ମହାପ୍ରଭୁଙ୍କ ସୁସ୍ଥ ଖବର ନେଇ ରାଜପ୍ରାସାଦରେ ପହଞ୍ଚିଲେ ସେବାୟତ। ଶ୍ରୀଜୀଉଙ୍କ ସୁସ୍ଥ ଖବର ନେଇ ମହାରାଜାଙ୍କୁ ସେବାୟତ ଜଣାଇଛନ୍ତି। ଗୁପ୍ତ […]
୬ ଦିନ ପରେ ସୁଜାତାଙ୍କର ଛୁଟି ସରିବ , କେଉଁ ଭୂମିକାରେ ଆସିବେ ନଜର ଏବେ ଠୁ ଚର୍ଚ୍ଚା
- satakhabar
- November 21, 2024
- 0
ଭୁବନେଶ୍ୱର,୨୧/୧ : ରାଜ୍ୟର ପରିଚିତ ପ୍ରଶାସିକା ସୁଜାତା ଆର କାର୍ତ୍ତିକେୟନଙ୍କୁ ନେଇ ଏବେ ବଡ଼ ଚର୍ଚ୍ଚା । ଆଉ ୬ ଦିନରେ ସୁଜାତାଙ୍କର ଛୁଟି ସରିବ । ଏହାପରେ ସେ କାର୍ଯ୍ୟରେ ଯୋଗଦେବା କଥା […]
ବନ୍ଦ ରହିବ ମହାପ୍ରଭୁଙ୍କ ନବଯୌବନ ଦର୍ଶନ
- satakhabar
- June 25, 2024
- 0
ପୁରୀ,୨୫/୬ : ନୀତିକାନ୍ତି ଶୃଙ୍ଖଳିତ କରିବା ପାଇଁ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁମାନେ ପ୍ରବେଶ କରିପାରିବେ ନାହିଁ। ପହଣ୍ଡି ଟିକେଟ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ସମୟ କମ୍ ଥିବାରୁ […]