ଜୀ ସାର୍ଥକରେ, ‘ରଜ କୁଇନ’ ୨୦୨୪ର ଗ୍ରାଣ୍ଡ ଫିନାଲେ ସନ୍ଧ୍ୟା ୬: ୩୦ରେ, ୩୦ଟି ରଙ୍ଗରେ ଭରିଯିବ ଏଇ ରବିବାରର ସନ୍ଧ୍ୟା

ଭୁବନେଶ୍ବର,୩୧/୭ : ଓଡିଶାର ୧ ନମ୍ବର ଚ୍ୟାନେଲ ଜୀ ସାର୍ଥକ ସବୁବେଳେ ଲୋକଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସୁଛି । ଦର୍ଶକେ ଦେଖିବାକୁ ଭଲ ପାଉଥିବା କାହାଣୀକୁ ଆଧାରିତ କରି ଅନେକ ଧାରାବାହିକ ସହିତ ମନୋରଞ୍ଜନ ଭିତ୍ତିକ ରିଆଲିଟି ସୋ ଦର୍ଶକଙ୍କୁ ଭେଟି ଦେଇଛି ଜୀ ସାର୍ଥକ । ଯେଉଁଥିରେ ଓଡିଆ ଜାତି ଓ ଓଡିଶାର ସଂସ୍କୃତି, ପରମ୍ପରାକୁ ଅତି ନିଖୁଣ ଭାବେ ଦେଖି ଦର୍ଶକେ ଉପଭୋଗ କରିପାରନ୍ତି । ଯାହାପାଇଁ ଚ୍ୟାନେଲକୁ ମିଳିଛି ଅଗଣିତ ଦର୍ଶକଙ୍କ ଦ୍ବାରା ଅଶେଷ ଭଲପାଇବା । ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଆରମ୍ଭ ହୋଇଥିଲା ଓଡିଶାର ନମ୍ବର ୧ ରିଆଲିଟି ସୋ’ ‘ରଜ କୁଇନ ‘। ଏହି ସୋ ଇଣ୍ଡଷ୍ଟ୍ରିକୁ ଅନେକ ବଛା ବଛା ଅଭିନେତା ଓ ଅଭିନେତ୍ରୀ ବିଗତ ଦିନରେ ଦେଇ ସାରିଛି। ସବୁ ବର୍ଷ ଅନେକ ଆଶାୟୀ ପ୍ରତିଯୋଗୀ ଏହି ସୋ’ ରେ ଭାଗ ନେବାକୁ ଚାହିଁ ରହିଥାନ୍ତି। ତେବେ ଚଳିତ ବର୍ଷ ମଧ୍ୟ ବଡ଼ ଧୁମଧାମ ସହିତ ଆୟୋଜନ ହୋଇଥିଲା ରଜ କୁଇନ ସାରା ଓଡ଼ିଶାରୁ ଅନେକ ପ୍ରତିଯୋଗୀ ଏହି ସୋ’ ରେ ଭାଗ ନେବା ସହିତ ନିଜର ଭାଗ୍ୟ ପରୀକ୍ଷା କରିଥିଲେ। ଯାହା ଏବେ ଚରମ ସୀମାରେ । ସଫଳତା ସହ ଅନେକ ଦିନ ଧରି ଲୋକଙ୍କୁ ମନୋରଞ୍ଜନ ଯୋଗାଇବା ପରେ ଏବେ ‘ରଜ କୁଇନ’ ପହଞ୍ଚିଛି ଅନ୍ତିମ ପର୍ଯ୍ୟାୟରେ । ଜୀ ସାର୍ଥକ ନେଇ ଆସୁଛି ଏଇ ରବିବାର ସନ୍ଧ୍ୟା ୬.୩୦ ମିନିଟରେ ‘ରଜକୁଇନ’ ଗ୍ରାଣ୍ଡ ଫାଇନାଲ ୨୦୨୪ । ଗ୍ରାଣ୍ଡ ଫାଇନାଲ ପର୍ଯ୍ୟାୟରେ ୧୩ ଜଣ ପ୍ରତିଯୋଗୀ ରହିଥିବାବେଳେ କିଏ ସାଜିବ ୨୦୨୪ର ରଜ କୁଇନ ? କାହାର ଗୁଣ, କାହାର ପ୍ରଦର୍ଶନ, କହାର ପରିଶ୍ରମ ଅଧିକ ରଙ୍ଗ ଆଣୁଚି ତାହା ଦେଖିବାକୁ ବାକି ରହିଲା। ଫାଇନାଲରେ ୧୩ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଦେଖାଯିବ କଡ଼ା ମୁକାବିଲା । ୩୦ଟି ରଙ୍ଗରେ ଭରିଯିବ ଏଇ ରବିବାରର ସନ୍ଧ୍ୟା । ଏହି ସୋ’ କୁ ଆହୁରି ଖାସ କରିବା ପାଇଁ ଆମ ସହ ଯୋଡ଼ି ହେବାକୁ ଯାଉଛନ୍ତି ଆମ ସମସ୍ତଙ୍କ ପ୍ରିୟ ଅଭିନେତା ସ୍ବରାଜ ତାଙ୍କ ସହ ଅଭିନେତ୍ରୀ ସୂର୍ୟମୟୀ ଓ ମଣ୍ଟୁ। ଏତିକି ନୁହଁ ସମସ୍ତଙ୍କୁ ନିଜ ସ୍ୱର ଯାଦୁରେ ମତୁଆଲା କରିବେ ଅସୀମା ପଣ୍ଡା,ଅନ୍ତରା, କୁଲଦୀପ ଓ କ୍ରୀଷ୍ଣା ବେଉରା। ଏହା ସହିତ ହାସ୍ୟ ଅଭିନେତା ଅନୁଗୁଳିଆ ବଣ୍ଟି ମଧ୍ୟ ଆମକୁ ଖୁବ୍ ହସାଇବେ। ଏହା ସହିତ ଆମର ପ୍ରିୟର ଜଜ୍ ଲିପି, ଶ୍ରୀତମ ଓ ସୁଜିତଙ୍କ ପରଫରମାନ୍ସ ସହିତ ୪ଜଣ ମେଣ୍ଟର ଅନନ୍ୟା,ସୁମନ, ସ୍ମୃତିରେଖା ଅଙ୍କିତାଙ୍କ ପରଫରମାନ୍ସ ରହିଛି। ତେବେ ରବିବାର ସନ୍ଧ୍ୟା ୬.୩୦ ମିନିଟରେ ଜୀ ସାର୍ଥକରେ ଯୋଡ଼ି ହେବା ସହ ରଜ କୁଇନ ଗ୍ରାଣ୍ଡ ଫାଇନାଲକୁ ଦେଖି ପ୍ରତିଯୋଗୀଙ୍କୁ ଭଲପାଇବା ସହ ଆଶୀର୍ବାଦ ଦେବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ।

Leave a Reply

Your email address will not be published. Required fields are marked *