ରାଜ୍ୟରେ ବିଏସକେଓ୍ୱାଇ କାର୍ଡ ଚାଲୁ ରହିବ: ବିଲ୍ ପାସ୍ ପରେ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ ମିଳିବ

ଭୁବନେଶ୍ୱର,୩/୮ : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବା ବିଏସକେଓ୍ୱାଇର ନାମ ପରିବର୍ତ୍ତନ କରାଯାଇ ଗୋପବନ୍ଧୁ ଜନ ଆରୋଗ୍ୟ ହୋଇଛି।ଏହି ନୂଆ ଯୋଜନା କେବେ ଲାଗୁ ହେବ ତାରିଖ ସ୍ପଷ୍ଟ ହୋଇନଥିବା ବେଳେ ଏହାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସ୍ପଷ୍ଟ କରିଛନ୍ତି ।ଖବର ଅନୁଯାୟୀ, ବିଧାନସଭାରେ ରାଜ୍ୟ ସରକାର ଆଗତ କରିଥିବା ବଜେଟ ଅନୁଯାୟୀ ପୂର୍ବ ସରକରାରର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବା ବିଏସକେଓ୍ୱାଇର ନାମ ଗୋପବନ୍ଧୁ ଜନ ଆରୋଗ୍ୟ ହୋଇଛି । ବର୍ତ୍ତମାନ ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲରେ ବିଏସକେଓ୍ୱାଇ ଜାରି ରହିବ । ବଜେଟ ସେପ୍ଟେମ୍ବର ୧୦ ତାରିଖରେ ଆପ୍ରୋପିଏସନ୍ ବିଲ୍ ପାସ୍ ହେବ। ଏହାପରେ ପର୍ୟ୍ୟାୟ କ୍ରମେ ଗୋପବନ୍ଧୁ ଆରୋଗ୍ୟ ଯୋଜନା ଲାଗୁହେବ। ପରେ ସମସ୍ତଙ୍କୁ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ ମିଳିବ ।

Leave a Reply

Your email address will not be published. Required fields are marked *