ଭୁବନେଶ୍ୱର, ୭ / ୮ : ଟ୍ରପଲାଇନର ପ୍ରଭାବରେ ସାରା ରାଜ୍ୟରେ ଲାଗିରହିଛି ତୁହାକୁ ତୁହା ବର୍ଷା। ଆଜି ସକାଳ ୮ଟା ୩୦ ଯାଏଁ ସମ୍ଭାବ୍ୟ ପ୍ରବଳ ବର୍ଷାକୁ ଦେଖି ୨୭ଟି ଜିଲ୍ଲା ପାଇଁ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ୯ ଜିଲ୍ଲାକୁ ଅରେଞ୍ଜ ଏବଂ ୧୮ ଜିଲ୍ଲାକୁ ୟେଲୋ ସତର୍କତା ଜାରି କରାଯାଇଛି। କୋରାପୁଟ, ମାଲକାନଗିରି, ନବରଙ୍ଗପୁର , ନୟାଗଡ, କଟକ , ବୌଦ୍ଧ , ଅନୁଗୁଳ, ସୁନ୍ଦରଗଡ ଏବଂ ଝାରସୁଗୁଡା ପାଇଁ ଅରେଞ୍ଜ ସତର୍କତା ଜାରି କରାଯାଇଛି। ସେପଟେ ପୁରୀ, ଖୋର୍ଦ୍ଧା , ଢେଙ୍କାନାଳ, ଯାଜପୁର , ବାଲେଶ୍ଵର, ଭଦ୍ରକ କେନ୍ଦ୍ରପଡା ଆଦି ଜିଲ୍ଲାକୁ ୟେଲୋ ସତର୍କତା ଜାରି କରାଯାଇଛି। ମଙ୍ଗଳବାର ସକାଳ ସାଢ଼େ ୮ଟାରୁ ଅପରାହ୍ଣ ସନ୍ଧ୍ୟା ସାଢ଼େ ୫ଟା ମଧ୍ୟରେ ବଲାଙ୍ଗିରରେ ୯୦ମି.ମି ବର୍ଷା ରେକର୍ଡ କରାଯାଇଥିବାବେଳେ ପାରଳାଖେମୁଣ୍ଡି ୬୧.୨ମି.ମି, ଅନୁଗୋଳ ୬୦ମି.ମି, ନବରଙ୍ଗପୁର ୫୭ମି.ମି ଏବଂ ବୌଦ୍ଧ ୫୭ମି.ମି ବର୍ଷା ହୋଇଛି। ଗତ ୨୪ଘଣ୍ଟାରେ ବୌଦ୍ଧ, ସୁବର୍ଣ୍ଣପୁର, ସମ୍ବଲପୁର, ଅନୁଗୋଳ, ବରଗଡ଼, କନ୍ଧମାଳ ଏବଂ କଳାହାଣ୍ଡି ଜିଲାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ବୌଦ୍ଧରେ ସବୁଠୁ ଅଧିକ ୧୪୫ମି.ମି ବର୍ଷା ରେକର୍ଡ କରାଯାଇଥିବାବେଳେ ଉଲୁଣ୍ଡା ୧୩୭ ମି.ମି ଏବଂ ବୀରମହାରାଜପୁରରେ ୧୧୧ ମି.ମି ବର୍ଷା ହୋଇଛି।
Related Posts
ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ମୁଖ୍ୟମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ
- satakhabar
- August 29, 2024
- 0
ଭୁବନେଶ୍ଵର, ୨୯/୮ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନଠାରେ ଆଜି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ତଥା ସାଂସଦ ନବୀନ ଜିନ୍ଦଲ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ […]
ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ
- satakhabar
- April 22, 2024
- 0
ଭୁବନେଶ୍ୱର, ୨୨/୪: ସାଧାରଣ ନିର୍ବାଚନ ପାଇଁ ପ୍ରଚାର କରିବାକୁ ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏହି ସମୟରେ ସମୟରେ ସେ ଏପ୍ରିଲ ୨୮ ରେ ସାଲେପୁର ଗସ୍ତ କରିବେ ବୋଲି […]
ଇଭିଏମ୍ ଭାଙ୍ଗିବାରେ ପ୍ରଶାନ୍ତ ଜଗଦ୍ଦେବଙ୍କ ଭୂମିକା ନାହିଁ-ଅପରାଜିତା
- satakhabar
- May 28, 2024
- 0
ଭୁବନେଶ୍ୱର, ୨୮/୫ : ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ କେଉଁ ପରିସ୍ଥିତିରେ […]