ଭୁଶୁଡ଼ି ପଡ଼ିଲା ୩୫ ଫୁଟର ଶିବାଜୀ ଷ୍ଟାଚ୍ୟୁ

ନୂଆଦିଲ୍ଲୀ,୨୬/୮ : ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲ୍ଲାରେ ବଡ଼ ଅଘଟଣ ଘଟିଛି। ଏଠାକାର ଫୋର୍ଟରେ ରହିଥିବା ୩୫ ଫୁଟ ଉଚ୍ଚ ଛତ୍ରପତି ଶିବାଜୀ ମହାରାଜଙ୍କ ଷ୍ଟାଚ୍ୟୁ ହଠାତ ଭୁଶୁଡ଼ି ପଡ଼ିଛି। ଗତବର୍ଷ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନାବରଣ କରିଥିଲେ।ରାଜକୋଟ ଦୁର୍ଗରେ ଥିବା ବିଶାଳକାୟ ଷ୍ଟାଚ୍ୟୁ କେମିତି ଭୁଶୁଡ଼ିଲା ଜଣାପଡ଼ିନାହିଁ।

କିନ୍ତୁ ସିନ୍ଧୁଦୁର୍ଗରେ ଗତ ୨ରୁ ୩ ଦିନ ହେଲା ଲଗାଣ ବର୍ଷା ସହ ପବନ ବହୁଛି। ତେଣୁ ସମ୍ଭବତଃ ଏହି କାରଣ ପାଇଁ ପ୍ରତିମୂର୍ତ୍ତିଟି ଭୁଶୁଡ଼ି ପଡ଼ିଥିବା କୁହାଯାଉଛି। ତଥାପି ଅଧିକାରୀମାନେ ଘଟଣାର ତଦନ୍ତ ହେବ ବୋଲି କହିଛନ୍ତି।ଗତବର୍ଷ ଡିସେମ୍ବର ୪ ନୌସେନା ଦିବସରେ ପ୍ରଧାନମନ୍ତ୍ରୀ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଏହି ଷ୍ଟାଚ୍ୟୁର ଅନାବରଣ କରିଥିଲେ। ମାଲଭନରେ ଥିବା ରାଜକୋଟ ଫୋର୍ଟରେ ଆୟୋଜିତ ଉତ୍ସବରେ ମଧ୍ୟ ଯୋଗ ଦେଇଥିଲେ।

କିନ୍ତୁ ଅନାବରଣକୁ ବର୍ଷେ ପୂରି ନଥିବା ବେଳେ ଆଜି ଦିନ ୧ଟା ବେଳେ ଷ୍ଟାଚ୍ୟୁଟି ଭୁଶୁଡ଼ି ପଡ଼ିଛି। ଖବର ପାଇ ଜିଲ୍ଲା ପ୍ରଶାସନ ଓ ପୁଲିସ୍‌ ଅଧିକାରୀମାନା ଘଟଣା ସ୍ଥଳରେ ପହଞ୍ଚିଥିଲେ। ଏବେ ଘଟଣାର ଯାଞ୍ଚ ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *