ଭୁବନେଶ୍ୱରରୁ ବିପୁଳ ପରିମାଣର ସୁନା ଓ ରୂପା ଜବତ ଘଟଣା ; ରହିଛି ରତ୍ନଭଣ୍ଡାରର ଲିଙ୍କ୍ !

ଭୁବନେଶ୍ୱର , ୨୮/୮ : ଭୁବନେଶ୍ୱର ବିମାନବନ୍ଦରରୁ ବିପୁଳ ପରିମାଣର ସୁନା ଓ ରୂପା ଜବତ ହୋଇଛି । ଏହି ପ୍ରସଙ୍ଗକୁ ନେଇ ଏ‌ବେ ରାଜନୀତି ତେଜିବାରେ ଲାଗିଛି । ଏହାରି ଭିତରେ ପୂର୍ବତନ ସାଂସଦ ତଥାଗତ ଶତପଥୀଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଜୋର ଧରିଛି ଚର୍ଚ୍ଚା। ଜବତ ସୁନା ପୁରୀ ରତ୍ନଭଣ୍ଡାରରୁ ଏକ ପ୍ରାଇଭେଟ ବିମାନରେ ଚାଲାଣ ହେଉଥିଲା ବୋଲି କଟାକ୍ଷ କରି ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି ତଥାଗତ ।

ପ୍ରକାଶ ଯେ, ଏକ ଲଜିଷ୍ଟିକ ଭ୍ୟାନରୁ ୫୦କେଜି ସୁନା ସହ ୮୦ କିଲୋର ରୁପା ଜବତ ହୋଇଥିଲା । ଜବତ ୬୦କୋଟିର ସୁନା ୨୦ଟି ସୁନା ଦୋକାନକୁ ଯାଉଥିବା ସୂଚନା ମିଳିଛି । ସୁନା ରୁପା ଗହଣା ନେଇ ଖୋଳତାଡ ବେଳେ ଜଣାପଡ଼ିଛି ଯେତିକି ପରିମାଣର ଗହଣା ଆସୁଥିଲା ସଠିକ୍ ଭାବେ ଟିକସ ଦିଆଯାଇନାହିଁ । ଯାହାକୁ ନେଇ ଏବେ ଖୋଳତାଡ ଚାଲିଛି । ସେପଟେ ଏହାକୁ ନେଇ ସୋସିଆଲ ମିଡ଼ିଆରେ ବିଜେଡି ସାଂସଦ ସୁଲୋତା ଦେଓ ମଧ୍ୟ ବାରମ୍ବାର ଟାର୍ଗେଟ କରିବାରେ ଲାଗିଛନ୍ତି । ତେବେ ଉଭୟଙ୍କର ଏ ନେଇ କୌଣସି ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ ।

Leave a Reply

Your email address will not be published. Required fields are marked *