ପଞ୍ଜାବୀ ଗାୟକ ଏପି ଧିଲୋନଙ୍କ କାନାଡା ବାସଭବନ ବାହାରେ ଗୁଳିକାଣ୍ଡ

ଭାନକୁଭର,୨/୯ : ପଞ୍ଜାବୀ ଗାୟକ ଅମୃତପାଲ ସିଂହ ଓରଫ ଏପି ଧିଲୋନଙ୍କ କାନାଡାରେ ଥିବା ତାଙ୍କ ଭାନକୁଭର ବାସଭବନ ବାହାରେ ଗୁଳିକାଣ୍ଡ ହୋଇଛି। ତେବେ ଏଥିରେ ଧିଲୋନଙ୍କ କୌଣସି କ୍ଷତି ହୋଇନାହିଁ । ଗତକାଲି ଏହି ଘଟଣା ଘଟିଥିବା ବେଳେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ରୋହିତ ଗୋଦାରା ଏହି ଘଟଣା ପାଇଁ ନିଜକୁ ଦାୟୀ କରିଥିବା ଜଣାପଡ଼ିଛି। ଏବେ ପୁଲିସ ଓ ସୁରକ୍ଷା ଏଜେନ୍ସି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣା ସହ ଜଡିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏପି ଧିଲୋନ୍ ଜଣେ ଲୋକପ୍ରିୟ ଇଣ୍ଡୋ-କାନାଡିଆନ ରାପର ।

ଏପି ଧିଲୋନ୍ ସଲମାନ ଖାଁଙ୍କୁ ନେଇ ଏକ ମ୍ୟୁଜିକ୍ ଭିଡିଓ ‘ଓଲ୍ଡ ମନି’ ରିଲିଜ୍ କରିବାର କିଛି ସପ୍ତାହ ପରେ ଏହି ଆକ୍ରମଣ ହୋଇଛି। ତାଙ୍କ ପଞ୍ଜାବୀ ଗୀତ ଅନେକ ସମୟରେ ଇଣ୍ଟରନେଟରେ ଚହଳ ସୃଷ୍ଟି କରିଥାଏ ।