ଶ୍ରୀମନ୍ଦିରରେ ବ୍ୟବହୃତ ଘିଅର ମାନ ଯାଞ୍ଚ ହେବ

ପୁରୀ,୨୪/୯ : ତିରୁପତିରେ ପ୍ରଭୁ ଭେଙ୍କଟେଶ୍ୱରଙ୍କ ଲଡ଼ୁ ମହାପ୍ରସାଦରେ ବ୍ୟବହୃତ ହେଉଥିବା ଘିଅରେ ପଶୁ ଚର୍ବି ମିଶୁଥିବା ଅଭିଯୋଗ ହେବା ପରେ ଶ୍ରୀମନ୍ଦିରରେ ବ୍ୟବହୃତ ହେଉଥିବା ଘିଅ ପ୍ରସଙ୍ଗ ମଧ୍ୟ ଉଠିଛି । ପୁରୀ ଜିଲ୍ଲାପାଳ ମଧ୍ୟ ଘିଅର ମାନ ଯାଞ୍ଚ ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି। ଏ ନେଇ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି । ଶ୍ରୀମନ୍ଦିରରେ ବ୍ୟବହୃତ ଘିଅର ମାନ ଯାଞ୍ଚ ହେବ। ଜିଲ୍ଲାପାଳ କହିଛନ୍ତି, ଆମେ ସନ୍ଦେହ କରୁନାହୁଁ, କିନ୍ତୁ ଘିଅର ମାନ ଯାଞ୍ଚ ହେବ ଓମ୍‌ଫେଡ ସହ ଏ ନେଇ ଆଲୋଚନା ହେବ। ସୁଆର, କୋଠ ସୁଆର, ମହା ସୁଆରଙ୍କ ସହ ବି ଆଲୋଚନା କରାଯିବ। ତିରୁପତି ଘଟଣା ପରେ ଏ ପ୍ରସଙ୍ଗ ଉଠିଛି । ଶ୍ରୀମନ୍ଦିରରେ ବ୍ୟବହାର କରାଯାଉଥିବା ଘିଅ ଦ୍ୱୀପର ମଧ୍ୟ ମାନ ଯାଞ୍ଚ ହେବ।

ଶ୍ରୀମନ୍ଦିର ମହାପ୍ରସାଦ କୋଠଭୋଗ ହେଉ କିମ୍ବା ବରାଦ ଭୋଗରେ ଓମଫେଡ ଘିଅ ବ୍ୟବହୃତ ହେଉଛି । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର। ଶ୍ରୀମନ୍ଦିରରେ ମହାପ୍ରସାଦ ଓ ଦୀପରେ ନକଲି ଘିଅ ବ୍ୟବହାର ନେଇ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ଶ୍ରୀମନ୍ଦିରରେ କେବଳ ଓମଫେଡ୍‌ ଶୁଦ୍ଧ ଘିଅ ବ୍ୟବହାର ହେଉଥିବା ଏବଂ ଘିଅର ମାନ ଶ୍ରୀମନ୍ଦିର ପ୍ରଶାସନ ଚାହିଁଲେ ଯାଞ୍ଚ କରିପାରିବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *