ପରଦାକୁ ଆସିଲା ଜୁନିଅର ଏନଟିଆରଙ୍କ ଫିଲ୍ମ ‘ଦେବରା’

ମୁମ୍ବାଇ, ୨୭/୯ : ଜୁନିଅର ଏନଟିଆରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦେବରା: ପାର୍ଟ -୧’ ଆଜି ରିଲଜ ହୋଇଯାଇଛି । ଏହି ଚଳଚ୍ଚିତ୍ର ରିଲିଜ ନେଇ ଫ୍ୟାନ୍ସ ବିଭିନ୍ନ ସହରରେ ଦମଦାର ସ୍ୱାଗତ କରିଛନ୍ତି । ଚଳଚ୍ଚିତ୍ର ରିଲିଜ ହେବା ପୂର୍ବରୁ ପ୍ରେକ୍ଷାଳୟ ବାହାରେ ବାଣ ଫୁଟାଇ ନାଚ ଗୀତରେ ସେଲିବ୍ରେସନ କରିଛନ୍ତି ଫ୍ୟାନ୍ସ । ଦେବରାର ଗ୍ରାଣ୍ଡ ରିଲିଜ୍ ଉତ୍ସବର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।ଦେବରା ରିଲିଜ ସେଲିବ୍ରେସନର ଅନେକ ଭିଡିଓ ଏକ୍ସ (ଟୁଇଟର)ରେ ସାମ୍ନାକୁ ଆସିଛି ।

ଏକ ଭିଡିଓରେ ଜୁନିଅର ଏନଟିଆରଙ୍କ ଜଣେ ବୃଦ୍ଧା ମହିଳା ଫ୍ୟାନ୍ ଅଭିନେତାଙ୍କ ପୋଷ୍ଟରରେ ତିଲକ ଲଗାଉଥିବା ନଜର ଆସିଛନ୍ତି । ଏଥିସହ ଜୁନିଅର ଏନଟିଆର ପୋଷ୍ଟର ସାମ୍ନାରେ ମିଠା ମଧ୍ୟ ପ୍ରଦାନ କରାଯାଉଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ସେୟାର ହୋଇଥିବା ଏକ ପୋଷ୍ଟରରେ ବିଭିନ୍ନ ସହରରେ ଜୁନିଅର ଏନଟିଆରଙ୍କ ହୋଲ୍ଡିଂର ଫଟୋ ଦେଖିବାକୁ ମିଳିଛି । ଏଥିରୁ ଅନୁମାନ କରାଯାଇପାରେ ଯେ ଅଭିନେତାଙ୍କ ଫିଲ୍ମ ରିଲିଜକୁ ନେଇ ଫ୍ୟାନ୍ସ ବେଶ ଉତ୍ସାହିତ ଥିଲେ ।

Leave a Reply

Your email address will not be published. Required fields are marked *