ପୁଣି ବିବାଦରେ ନାଣ୍ଡୁ ବାବୁ । ହାତ ଧରିବାକୁ ଯାଇ ଭାଣ୍ଡିଆ ହେଲେ ନାଂଡୁ ବାବୁ। ନାଂଡୁଙ୍କୁ ଦେଖି କଂଗ୍ରେସ ଗେଟରେ ପଡିଲା ତାଲା । ବୁଧବାର ରାଜଧାନୀରେ ଦେଖିବାକୁ ମିଳିଥିଲା ଏଭଳି ରୋଚକ ଦୃଶ୍ୟ |
ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳ ଓରଫ୍ ନାଣ୍ଡୁ ବାବୁ କଂଗ୍ରେସରେ ସାମିଲ ହେବାକୁ ତାଙ୍କର ଶହ ଶହ ସମର୍ଥକ ଧରି ପହଂଚିଥିଲେ କଂଗ୍ରେସ ଭବନ ଆଗରେ । ମହାମିଶ୍ରଣ ପର୍ବରେ ସାମିଲ ହେବାକୁ ସଜବାଜ ହୋଇ ଆସିଥିଲେ । ହେଲେ ଦେଖିଲା ବେଳକୁ କଂଗ୍ରେସ ଭବନରେ ପଡିଥିଲା ବଡ଼ ବଡ଼ ତାଲା. ଫଳରେ ନାଂଡୁଙ୍କ ସମର୍ଥକମାନେ ସେଠାରେ ହୋ ହାଲ୍ଲା କରିବା ସହ ଜୋର ଜବରଦସ୍ତ କଂଗ୍ରେସ ଭବନରେ ପଶିବାକୁ ଚେଷ୍ଟା କରିଥିଲେ. ସେଠାରେ ମୁତୟନ ହୋଇଥିବା ପୋଲିସ ତାଙ୍କୁ ଅଟକାଇବାରୁ ପ୍ରବଳ ହଙ୍ଗାମା ହୋଇଥିଲା.

ନାଂଡୁଙ୍କୁ କଂଗ୍ରେସ ଭବନ ଭିତରକୁ ଯିବାକୁ ଦିଆଯାଇ ନଥିଲା. ନାଣ୍ଡୁ ଧଳଙ୍କ କହିବା ଅନୁସାରେ କଂଗ୍ରେସ ଦଳରେ ମିଶିବେ ବୋଲି ତାଙ୍କୁ ପିସିସି ସଭାପତି ୧୫ ତାରିଖ ସମୟ ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଗଣମାଧ୍ୟମରେ କହିଲେ ଏନେଇ ଚିନ୍ତା କରାଯାଉଛି, ପରେ ପରବର୍ତ୍ତୀ ସମୟରେ ଜଣାଇ ଦିଆଯିବା. ହେଲେ ଆଉ କିଛି ନଜଣାଇବାରୁ ନାଂଡୁ ଭୁବନେଶ୍ୱର ଆସିଥିଲେ. ସେ ଆହୁରି କହିଥିଲେ ଯେ, ସେ କଂଗ୍ରେସ ଦଳରେ ଆଗରୁ ରହିଛନ୍ତି. ସେ କେବଳ ତାଙ୍କ ସମର୍ଥକମାନଙ୍କୁ କଂଗ୍ରେସ ଦଳରେ ମିଶାଇବାକୁ ଆଣିଥିଲେ. କିନ୍ତୁ ତାଙ୍କୁ କଂଗ୍ରେସ ଭବନ ଭିତରକୁ ଯିବାକୁ ଅନୁମତି ମିଳିଲା ନାହିଁ । ତେଣୁ ସେ ନିଜ ସମର୍ଥକଙ୍କୁ ନେଇ ଦିଲ୍ଲୀ ଯିବେ ଏବଂ ରାହୁଲ ଗାନ୍ଧୀଙ୍କୁ ଭେଟି ଅବଗତ କରାଇବେ ବୋଲି ଚେତାବନୀ ଦେଇଛନ୍ତି.
ସେପଟେ ନାଂଡୁଙ୍କ ଏଭଳି ମନ୍ତବ୍ୟ ପରେ ଭକ୍ତ ଦାସ ତାଙ୍କୁ ଦଳରେ ସାମିଲ କରିବେନି ବୋଲି ରୋକଠୋକ କହିଦେଇଛନନ୍ତି. ସେ ସ୍ପଷ୍ଟ ଭାବେ କହି ଦେଇଛନ୍ତି , ନାଂଡୁ ଜଣେ ଅପରାଧୀ ଚରିତ୍ରର ବ୍ୟକ୍ତି. ତେଣୁ ସେ କଂଗ୍ରେସର ସଦସ୍ୟ ହୋଇପାରିବେ ନାହିଁ. ଯଦି ରାହୁଲ ଗାନ୍ଧୀଙ୍କ ପାଖକୁ ଯାଇପାରିବେ ଯାନ୍ତୁ. କିନ୍ତୁ ମୁ ତାଙ୍କୁ ଗ୍ରହଣ କରିବି ନାହିଁ ସଫା ସଫା ଶୁଣାଇ ଦେଇଛନ୍ତି ।
