ନୂଆଦିଲ୍ଲୀ, ୧୯/୧ : ବଢିଲା ବାଂଲାଦେଶ ଦଳର ଷ୍ଟାର ଅଲରାଉଣ୍ଡର ସାକିବ ଅଲ ହାସନଙ୍କ ସମସ୍ୟା । ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାଇଁ ଘୋଷିତ ବାଂଲାଦେଶ ଦଳରେ ତାଙ୍କୁ ସ୍ଥାନ ମିଳିନଥିବା ବେଳେ ଏବେ ବାଂଲାଦେଶର ଏକ ଅଦାଲତ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି। ୨୦୨୪ରେ ବାଂଲାଦେଶରେ ହୋଇଥିବା ବିଦ୍ରୋହ ପରଠାରୁ ସାକିବ ବିଦେଶରେ ରହୁଛନ୍ତି।
ଏଥିସହିତ କୋଟି କୋଟି ଟଙ୍କାର ଚେକ୍ ବାଉନ୍ସ ମାମଲାରେ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି ହୋଇଛି।ଡିସେମ୍ବର ୧୫ତାରିଖରେ ଢାକା ଅଦାଲତରେ ସାକିବ ଅଲ୍ ହାସନଙ୍କ ନାମରେ ଚେକ୍ ବାଉନ୍ସ ମାମଲା ରୁଜୁ ହୋଇଥିଲା, ଯେଉଁଥିରେ ଡିସେମ୍ବର ୧୮ରେ କୋର୍ଟରେ ଶୁଣାଣି ପରେ ସାକିବଙ୍କୁ ଜାନୁଆରୀ ୧୯ରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା, ଯେଉଁଥିରେ ସେ କୋର୍ଟରେ ହାଜର ହୋଇନଥିଲେ।
ଏହାପରେ ଢାକାର ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଜିଆଦୁର ରେହମାନ ଜାନୁଆରୀ ୧୯ରେ ସେମାନଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲେ।ଡିସେମ୍ବର ୧୫ତାରିଖରେ ଢାକା ଅଦାଲତରେ ସାକିବ ଅଲ୍ ହାସନଙ୍କ ନାମରେ ଚେକ୍ ବାଉନ୍ସ ମାମଲା ରୁଜୁ ହୋଇଥିଲା, ଯେଉଁଥିରେ ଡିସେମ୍ବର ୧୮ରେ କୋର୍ଟରେ ଶୁଣାଣି ପରେ ସାକିବଙ୍କୁ ଜାନୁଆରୀ ୧୯ରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା, ଯେଉଁଥିରେ ସେ କୋର୍ଟରେ ହାଜର ହୋଇନଥିଲେ। ଏହାପରେ ଢାକାର ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଜିଆଦୁର ରେହମାନ ଜାନୁଆରୀ ୧୯ରେ ସେମାନଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି।