ଉଦିତ ନାରାୟଣଙ୍କ ସହ ରହିବାକୁ ନିବେଦନ କରୁଛନ୍ତି ପ୍ରଥମ ପତ୍ନୀ

ନୂଆଦିଲ୍ଲୀ,୨୧/୨ : ପ୍ରସିଦ୍ଧ ବଲିଉଡ ଗାୟକ ଉଦିତ ନାରାୟଣ ଝା ସୁପୌଲ ପରିବାର କୋର୍ଟରେ ହାଜର ହୋଇଥିଲେ । ପ୍ରଥମ ପତ୍ନୀ ରଞ୍ଜନା ୨୦୨୨ରେ ନାରାୟଣ ଝା ଉଦିତଙ୍କ ସହ ରହିବା ନେଇ ଦାୟର କରିଥିଲେ । ପୂର୍ବରୁ ଉଦିତ ନାରାୟଣ ଅନେକ ଥର ଶୁଣାଣିରେ ଅନୁପସ୍ଥିତ ରହିଥିବାବେଳେ ଆଜି ସେ ହାଜର ହୋଇଥିଲେ ।

ରଞ୍ଜନା ନାରାୟଣ ଝା କହିଛନ୍ତି ଯେ, ସେ ତାଙ୍କ ସ୍ୱାମୀଙ୍କ ସହିତ ରହିବାକୁ ଚାହାଁନ୍ତି ଏବଂ ତାଙ୍କ ବୟସ ଏବଂ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ସେ ଏବେ ତାଙ୍କ ସହିତ ଜୀବନ ବିତାଇବାକୁ ଚାହାଁନ୍ତି । ଏହା ସହିତ ଅଭିଯୋଗ କରି କହିଛନ୍ତି, ଯେତେବେଳେ ସେ ମୁମ୍ବାଇରେ ଉଦିତ ନାରାୟଣଙ୍କୁ ଭେଟିବାକୁ ଯାଆନ୍ତି, ତାଙ୍କ ପଛରେ ଗୁଣ୍ଡା ଲଗାଇ ଦିଆଯାଉଛି ।କୋର୍ଟରେ ହାଜର ହେବା ପରେ ରଞ୍ଜନା କହିଥିଲେ ଯେ ଆଜି କୋର୍ଟରେ ଉଦିତ ନାରାୟଣ ଆପୋଷ କରିବାକୁ ମନା କରିଛନ୍ତି ଏବଂ ସେ ମାମଲା ଲଢ଼ିବେ ବୋଲି କହିଛନ୍ତି ।

ରଞ୍ଜନା ଦାବି କରନ୍ତି ଯେ, ବିବାହ ପରେ ମଧ୍ୟ ତାଙ୍କୁ ପତ୍ନୀର ମାନ୍ୟତା ଦିଆଯାଇ ନଥିଲା ଏବଂ ତାଙ୍କ ଅଧିକାରରୁ ବଞ୍ଚିତ କରାଯାଇଥିଲା। ସେ କୋର୍ଟରୁ ନ୍ୟାୟ ପାଇବେ ବୋଲି କହିଛନ୍ତି । କିନ୍ତୁ ଉଦିତଙ୍କ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ଘୋଷଣା କରାଯାଇ ନାହିଁ ।

Leave a Reply

Your email address will not be published. Required fields are marked *