ଦୁବାଇ, ୪/୩ : ଅଷ୍ଟ୍ରେଲିଆକୁ ହରାଇ ଫାଇନାଲକୁ ଗଲା ଭାରତ । ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ୪ ଓ୍ବିକେଟରେ ବିଜୟ ଲାଭ କରିଛି । ସେମିଫାଇନାଲରେ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିରାଟ କୋହଲି ୮୪ ରନ୍ ସଂଗ୍ରହ କରିଛନ୍ତି । ୪୭ ତମ ଓଭରରେ ଭାରତ ୨୫୦ ରନ୍ ପାର୍ କରିଥିଲା । ପାଣ୍ଡ୍ୟା ଆଡମ ଜମ୍ପାଙ୍କ ବଲରେ ଲଗାତର ୨ ଛକା ମାରି ଟିମକୁ ୨୫୦ ପାର୍ କରିଥିଲେ । ୪୮ ତମ ଓଭରରେ ପାଣ୍ଡ୍ୟା ୨୮ ରନରେ ଆଉଟ୍ ହୋଇଥିଲେ ।
କେଏଲ୍ ରାହୁଲ ଗ୍ଲେନ ମ୍ୟାକ୍ସଓ୍ବାଲଙ୍କ ବଲରେ ଛକା ମାରି ଭାରତୀୟ ଦଳକୁ ଜିତାଇଥିଲେ ।ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୬୫ ରନର ଲକ୍ଷ୍ୟ ଦେଇଥିଲା । ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ୭୩ ଓ ଏଲେକ୍ସ କ୍ୟାରୀ ୬୧ ରନ୍ କରିଥିଲେ । ଭାରତୀୟ ବୋଲର୍ ଅଷ୍ଟ୍ରେଲିଆକୁ ଅଲଆଉଟ୍ କରିଥିଲେ । ମୋହମ୍ମଦ ଶାମି ୩, ରବିନ୍ଦ୍ର ଜଡେଜା ଓ ବରୁଣ ଚକ୍ରବର୍ତ୍ତୀ ୨-୨ ଓ୍ବିକେଟ୍ ନେଇଥିଲେ ।
