ନବ ଦାସ ହତ୍ୟାକାଣ୍ଡ ମାମଲା ; ଚୌଦ୍ଵାର ଜେଲରେ ଗୋପାଳକୁ କରିପାରେ ଜେରା

ଝାରସୁଗୁଡା,୨୩/୩ : ନବ ଦାସ ହତ୍ୟାକାଣ୍ଡ ମାମଲା। ଝାରସୁଗୁଡାରୁ ଫେରିଲା କ୍ରାଇମବ୍ରାଞ୍ଚ ଟିମ୍। ୫ ଦିନର ମାରାଥନ୍ ଛାନଭିନ୍ ପରେ କ୍ରାଇମବ୍ରାଞ୍ଚର ଦୁଇ ଜଣିଆ ଟିମ୍ ଝାରସୁଗୁଡା ଛାଡିଛି । ଇତି ମଧ୍ୟରେ କ୍ରାଇମବ୍ରାଞ୍ଚ ୧୪ରୁ ୧୫ ଜଣଙ୍କର ବୟାନ ରେକର୍ଡ କରିସାରିଛି। ଏ ନେଇ ସୂଚନା ଦେଇଛନ୍ତି ତଦନ୍ତକାରୀ ଅଧିକାରୀ।

ତଦନ୍ତ କରିବା ସମୟରେ ଟିମ୍ ଅନେକ ତଥ୍ୟ ହାସଲ କରିଛି। ସେ ସବୁକୁ କୋର୍ଟରେ ଉପସ୍ଥାପନ କରାଯିବ। ଆବଶ୍ୟକ ହେଲେ ପୁଣି ଥରେ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଟିମ୍ ଝାରସୁଗୁଡା ଆସିପାରେ। ସେପଟେ ଚୌଦ୍ଵାର ଜେଲରେ କ୍ରାଇମବ୍ରାଞ୍ଚ ଟିମ୍ ଗୋପାଳକୁ ଜେରା କରିପାରେ।

Leave a Reply

Your email address will not be published. Required fields are marked *