ଭୁବନେଶ୍ବର, ୨୩/୩ : ପୂର୍ବତନ କେନ୍ଦ୍ରାପଡ଼ା ସାଂସଦ ତଥା ଓଡ଼ିଆ ଅଭିନେତା ଅନୁଭବ ମହାନ୍ତିଙ୍କ କ୍ରେଜ କମିବାରେ ଲାଗିଛି । ଏହା ଆମେ କହୁନୁ ବରଂ ସୋସିଆଲ ମିଡ଼ିଆ ବଖାଣୁଛି ସତ । ଗତ କିଛି ଦିନ ହେବ ତାଙ୍କର ପ୍ରତିଟି ଭିଡ଼ିଓରେ ଆସୁଛି ଖରାପ କମେଣ୍ଟ । ଯାହାକୁ ନେଇ ସେ ଏବେ ଚିନ୍ତାରେ ।

ମ୍ୟାନେଜ କରିପାରୁନାହାନ୍ତି ତାଙ୍କର ପ୍ରିୟ ଫ୍ୟାନ୍ସଙ୍କ ଟ୍ରୋଲକୁ । ଦିନକୁ ଦିନ ଅତି କଦର୍ଯ୍ୟ କମେଣ୍ଟ ଆସିବାରେ ଲାଗିଛି । ଚଳିତ ମାସରେ ସେ ତାଙ୍କର ବାନ୍ଧବୀ କହୁଥିବା ଜାଗ୍ରତି ଶୁକ୍ଳାଙ୍କ ହାତ ଧରିଛନ୍ତି ।

ଏହି ବିବାହ ପରେ ତାଙ୍କ ଇମେଜ ଧିରେ ଧିରେ ଡାଉନ ହେବାରେ ଲାଗିଛି । ସୋ କଲ୍ଡ ଭାଇଜାନଙ୍କ ଇମେଜ ମ୍ୟାନେଜ କରିବାକୁ ନାକେଦମ୍ ହେଲେଣି ତାଙ୍କ ପିଆର ଟିମ୍ ।
ତାଙ୍କର ବିଭିନ୍ନ ସୋସିଆଲ ସାଇଡରେ ତାଙ୍କ ସପୋର୍ଟରେ ଲେଖା ଯାଉଛି । ମାତ୍ର ତା ସତ୍ତେ୍ବ ତାଙ୍କ ବିପକ୍ଷରେ ବିଭିନ୍ନ କମେଣ୍ଟ ଆସୁଛି । ଯାହାକୁ ନେଇ ସାଧାରଣରେ ଟ୍ରୋଲ ହେବାରେ ଲାଗିଛନ୍ତି ।

ଗତ ବର୍ଷ ତାଙ୍କର ଫିଲ୍ମ ‘କର୍ମ’ରିଲିଜ ହୋଇଥିବାବେଳେ ସେ ବେଶ ଚର୍ଚ୍ଚାରେ ଥିଲେ । ମାତ୍ର ଏବେ ତାଙ୍କର ଦ୍ବିତୀୟ ବିବାହ ପରେ ସେହି କ୍ରେଜ ଧିରେ ଧିରେ କମିବାରେ ଲାଗିଛି । ଯାହାକୁ ନେଇ ତାଙ୍କର ପିଆର୍ ଟିମଙ୍କର ଏବେ ମୁଣ୍ଡ ବିନ୍ଧିବାରେ ଲାଗିଛି ।