‘ତୋ ପାଇଁ ମୁଁ ଗାଉଛି ଗୀତ’ର ଶୁଭ ମହୁରତ

ଭୁବନେଶ୍ବର,୩୧/୭ : ଆରୋହୀ ମିଡ଼ିଆ ହାଉସ ପ୍ରସ୍ତୁତ ଏକ ପାରିବାରିକ ତଥା ସଙ୍ଗୀତ ଭିତ୍ତିକ ଓଡ଼ିଆ ଚଳଚ୍ଚିତ୍ର ତୋ ପାଇଁ ମୁଁ ଗାଉଛି ଗୀତର ଶୁଭ ମହୁରତ ରାଜଧାନୀର ଏକ ତାରକା ହୋଟେଲରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି l ଏହି ଶୁଭ ମହୁରତ ଅବସରରେ ଅତିଥି ଭାବେ ସିନେ ଜଗତର ବରିଷ୍ଠ ପ୍ରଯୋଜକ ତଥା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ପ୍ରଯୋଜକ ଅକ୍ଷୟ ପରିଜା, ପ୍ରଯୋଜକ ଜୁବୁଲି ସୁନ୍ଦର ରାୟ, ଯୁଗଳ ଦେବତା, ବରିଷ୍ଠ ଅଭିନେତା ଅସିତ ପତି, ପ୍ରଦ୍ୟୁମ୍ନ ଲେଙ୍କା, ପ୍ରଯୋଜକ ସୁମନ୍ତ କୁମାର ସଅ, ଶ୍ରୀତମ ଦାସ, ସଂଳାପକାର ଡ଼ ରଜନୀ ରଞ୍ଜନ, ପ୍ରିୟବ୍ରତ ପଣ୍ଡା, ଅଭିନେତା ଆକାଶ ସୋନି, ଅଭିନେତ୍ରୀ ଡୋନା ସାମନ୍ତଙ୍କ ସମେତ ନିର୍ଦ୍ଦେଶକ ଅଶ୍ୱିନୀ ଗଡ଼ନାୟକ, ସଂଳାପକାର ଡଃ ରଜନୀ ରଞ୍ଜନ, ପ୍ରଚାର ଓ ପ୍ରସାର ମୁଖ୍ୟ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ lଚଳଚ୍ଚିତ୍ରର ପରିକଳ୍ପନା ସହିତ ଚିତ୍ରନାଟ୍ୟ ରଚନା ଏବଂ ପ୍ରଯୋଜନା କରିଛନ୍ତି ସୁମନ୍ତ କୁମାର ସଅ l କାହାଣୀ ରଚନା କରିଛନ୍ତି ଅସିତ ପତି ଏବଂ ସଂଳାପ ରଚନା କରିଛନ୍ତି ଡଃ ରଜନୀ ରଞ୍ଜନ l ଶତାଧିକ ଚଳଚ୍ଚିତ୍ରର ସହଯୋଗୀ ନିର୍ଦ୍ଦେଶକ ଭାବେ କାମ କରିଥିବା ତଥା ମିଷ୍ଟର ରୋମିଓ, ମାୟା ଭଳି କେତେ ଗୁଡିଏ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିବା ଯୁବ ନିର୍ଦ୍ଦେଶକ ଅଶ୍ୱିନୀ ଗଡ଼ନାୟକ ଏହାର ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି l ଡଃ ନିର୍ମଳ ନାୟକ ଙ୍କ ଗୀତ କୁ ସୁନ୍ଦର ଭାବେ ସଙ୍ଗୀତର ରୂପ ଦେଇଛନ୍ତି ଅଭିଜିତ ମଜୁମଦାର l ଚିତ୍ରତ୍ତୋଳନରେ ଅଛନ୍ତି ଚିତ୍ତରଞ୍ଜନ ବିଶ୍ୱାଳ l ଚଳଚ୍ଚିତ୍ର ତୋ ପାଇଁ ମୁଁ ଗାଇବି ଗୀତ ଏକ ସମ୍ପୂର୍ଣ୍ଣ ପାରିବାରିକ ସହିତ ସଙ୍ଗୀତମୟ ଚଳଚ୍ଚିତ୍ର l ସଙ୍ଗୀତ ପାଇଁ ମଣିଷର ତ୍ୟାଗ, ପରିବାର ପ୍ରତି ତ୍ୟାଗ ଏଥିରେ ପ୍ରତିଫଳିତ ହୋଇଛି l ପ୍ରେମ, ପ୍ରଣୟ ସବୁ କିଛି ଫେଣ୍ଟାଫେଣ୍ଟି ଭିତରେ ସଙ୍ଗୀତ ପାଇଁ ଥିବା ତ୍ୟାଗ କୁ ଅଧିକ ଗୁରୁତ୍ୱ ଦିଆଯାଇଛି l ଯୋଉ ତ୍ୟାଗ ପାଇଁ ନାୟକ ସଫଳତାର ସିଡ଼ି ଚଢିବାରେ ସୁଯୋଗ ପାଉଛି l ଏମିତି କିଛି ସଙ୍ଗୀତ ଭିତ୍ତିକ ଧାରା ରେ କାହାଣୀ ଗଢ଼ା ହୋଇ ମହୁରତ ପରେ ସୁଟିଂ ଫ୍ଲୋରକୁ ଓହ୍ଲାଇଛି ‘ତୋ ପାଇଁ ମୁଁ ଗାଉଛି ଗୀତ’ ଚଳଚ୍ଚିତ୍ର l ଚଳଚ୍ଚିତ୍ର ର ବଳିଷ୍ଠ କାହାଣୀ ଏବଂ ଚଳଚ୍ଚିତ୍ର ସହିତ ଜଡିତ ଥିବା ଦମଦାର ଟିମ୍ ଉପରେ ଅନେକ ବିଶ୍ୱାସ ରଖିଛନ୍ତି ପ୍ରଯୋଜକ l ବିଗତ ଦିନ ମାନଙ୍କରେ ସଫଳତା ପାଇଥିବା ଅନେକ ସଙ୍ଗୀତ ଭିତ୍ତିକ ଚଳଚ୍ଚିତ୍ର ଭିତରୁ ତୋ ପାଇଁ ମୁଁ ଗାଇବି ଗୀତ ଢେର ସଫଳତା ପାଇବ ଏବଂ ଦର୍ଶକାଦୃତ ହେବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛନ୍ତି l ଏହି ଚଳଚ୍ଚିତ୍ର ର ପ୍ରଚାର ଓ ପ୍ରସାର ଦାୟିତ୍ୱ ବହନ କରିଛନ୍ତି ମିଡ଼ିଆ ପ୍ଲାନରର କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ l

Leave a Reply

Your email address will not be published. Required fields are marked *