ବିଜେପି ସରକାରର ଦୋମୁହାଁ ନୀତି ; ଯାହାକୁ ବାହାରେ ବିରୋଧ ତାକୁ ଭିତରେ ଅକୁଣ୍ଠ ସମର୍ଥନ

ଭୁବନେଶ୍ବର, ୩୦/୩ : ବିଜେପି ଏକାକୀ ଓଡ଼ିଶାରେ ସରକାର ଗଢିଛି । ନିର୍ବାଚନୀ ମୈଦାରେ ବିଜେପିର ଯଦି ପଲିଟିକାଲ ଷ୍ଟ୍ରାଟେଜୀ ଦେଖିବାତେବେ ଗୋଟିଏ ନାଁକୁ ୟୁଜ କରିଥିଲେ ସେ ହେଲେ ଭିକେ ପାଣ୍ଡଆନ । ଓଡ଼ିଆ ଅସ୍ମିତାର ଅସ୍ତ୍ର କରି ବିଜେପି ଗତ ନିର୍ବାଚନରେ ନିର୍ବାଚନୀ ମୈଦାନକୁ ଓହ୍ଲଇଥିଲା । ଯାହାର ପରିଣାମ ସେ ଏବେ ଓଡ଼ିଶାରେ ସରକାର ଗଠନ କରିଛି । ମାତ୍ର ଏ ସବୁ ପରେ ଏକ ଗୁରୁତ୍ବପୂର୍ଣ୍ଣ ଖବରକୁ ଏଡ଼ାଇ ଦିଆଯାଇନପାରେ । ତାହା ଆଉ କିଛି ନୁହେଁ ବରଂ ସମର୍ଥନ ରାଜନୀତି । ବିଜେପିର ଦୋମୁହାଁ ନୀତି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି । ପାଣ୍ଡିଆନ ଦମ୍ପତ୍ତିଙ୍କ ଭିଆରଏସକୁ ଯଦି ନଜର ପକାଇବା ଏହା ଏକ ଜ୍ବଳନ୍ତ ଉଦାହରଣ । ଉଭୟଙ୍କ ଭିଆରଏସ ବିଜେପିର ଦୋମୁହାଁ ନୀତିକୁ ପଦାରେ ପକାଇଛି । ଉଭୟଙ୍କୁ ଖୋଲାଖୋଲି ବିଜେପି ବାହାରେ ବିରୋଧ କରିଥିଲା । ଯାହାର ସୁଫଳ ଓଡ଼ିଶାରେ ବିଜେପି ସରକାର କରିଛି । ମାତ୍ର କିଭଳି ଭାବେ ତାଙ୍କର ଭିଆରଏସର କଥା ଓଡ଼ିଶାର ନେତାଙ୍କୁ ଅଛପା ରହିଲା ତାହା ଏବେ ବଡ଼ ପ୍ରଶ୍ନ ।

ଆବେଦନର କେଇ ଘଣ୍ଟା ହେଉ ଅବା କିଛି ଦିନ ମଧ୍ୟରେ ତାକୁ କେନ୍ଦ୍ରରୁ ମଞ୍ଜୁରି ମିଳିବା ବିଜେପିର ସମର୍ଥନ ନୀତିକୁ ପଦାରେ ପକାଇଛି ।ପ୍ରକାଶ ଯେ, ସାଧାରଣ ନିର୍ବାଚନ ପରେ ୬ ମାସ ଛୁଟିରେ ଥିଲେ ବହୁ ଚର୍ଚ୍ଚିତ IAS ଅଫିସର ସୁଜାତା ଆର କାର୍ତ୍ତିକେୟନ । ପରେ ଆଉ ୬ ମାସ ଛୁଟି ବଢ଼ାଇବାକୁ ଆବେଦନ କରିଥିଲେ। ରାଜ୍ୟ ସରକାର ତାଙ୍କର ଦ୍ବିତୀୟ ପର୍ଯ୍ୟାୟ ଛୁଟି ଅଗ୍ରାହ୍ୟ କରିଥିଲେ। ପୂର୍ବରୁ ପାଣ୍ଡିଆନ ଆଗୁଆ ଅବସର ନେଇଥିଲେ। ନିର୍ବାଚନ ପୂର୍ବରୁ VRS ନେଇଥିଲେ ପାଣ୍ଡିଆନ୍। ତେବେ ସୁଜାତା ନିଜ କାମ ପାଇଁ ଯେତିକି ଚର୍ଚ୍ଚାରେ ନଥିଲେ ବରଂ ତାଙ୍କ ସ୍ୱାମୀ ଭିକେ ପାଣ୍ଡିଆନଙ୍କ ପାଇଁ ସେତିକି ଚର୍ଚ୍ଚାର ଥିଲେ। ପ୍ରଥମେ ଭି.କେ ପାଣ୍ଡିଆନ ଚାକିରି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ଆଉ ଏବେ ସ୍ତ୍ରୀ ବି ଚାକିରି ଛାଡି ଦେଇଥିବା ଜଣାପଡ଼ିଛି । ସୁଜାତାଙ୍କ ଭିଆରଏସକୁ ମଧ୍ୟ କେନ୍ଦ୍ର ମଞ୍ଜୁରି ଦେଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ୨୦୦୦ ବ୍ୟାଚର IAS ଅଫିସର ହେଉଛନ୍ତି ସୁଜାତା କାର୍ତ୍ତିକେୟନ।ସୁଜାତା ପାଣ୍ଡିଆନ ଏବଂ ଭିକେ ପାଣ୍ଡିଆନ ଦୁହେଁ ବ୍ୟାଚମେଣ୍ଟ। ଆଉ ସାଙ୍ଗରେ ଚାକିରି ମଧ୍ୟ କରିଥିଲେ। ହେଲେ ରାଜନୀତିରେ ଯୋଗ ଦେବା ପାଇଁ ୨୦୨୪ରେ ଭିକେ ପାଣ୍ଡିଆନ IAS ଚାକିରି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ।

ଆଉ ସେତେବେଳେ ସୁଜାତାଙ୍କୁ ମଧ୍ୟ ତତକାଳୀନ ସରକାର ବଡ଼ ଦାୟିତ୍ୱ ଦେଇଥିଲେ। ଆଉ ସୁଜାତା ଥିଲେ ମିଶନ ଶକ୍ତିର ସଚିବ। ମିଶନ ଶକ୍ତି ଥିଲା ସୁଜାତାଙ୍କ ହାତରେ। ହେଲେ ସରକାର ବଦଳିବା ସହ ସବୁକିଛି ବଦଳିଗଲା। ଆଉ ସ୍ୱାମୀଙ୍କ ପରେ ପରେ ଏବେ ସ୍ତ୍ରୀ ସୁଜାତା ପାଣ୍ଡିଆନ ମଧ୍ୟ ଚାକିରି ଛାଡି ଥିବା ନେଇ ଜୋରଦାର ଚର୍ଚ୍ଚା ହେଉଛି।ଏ ସବୁ ଭିତରେ ଏବେ ବିଜେପି ଦୋମୁହାଁ ନୀତିକୁ ସବୁଠି ଚର୍ଚ୍ଚା ହେବାରେ ଲାଗିଛି । ଯଦି ବାହାରେ ଏତେ ବିରୋଧ ତେବେ ଭିତରେ କିଭଳିଭାବେ ଏତେ ସମର୍ଥନ ।

Leave a Reply

Your email address will not be published. Required fields are marked *