ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି : ଭବାନୀପାଟଣା ଓ ସମ୍ବଲପୁରରେ ହେଲେ କେତେ ଦିନ ଖୋଲିବ ?

ଭୁବନେଶ୍ଵର,୩୦/୩ : ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଏଥର ଭବାନୀପାଟଣାରେ ଓ ସମ୍ବଲପୁରରେ ହେବ। ଆଜି କଳାହାଣ୍ଡିରେ ଅନ୍ତ୍ୟୋଦୟ ଗୃହ ଯୋଜନାର ରାଜ୍ୟସ୍ତରୀୟ ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ଆମ ସରକାର ହେଉଛି ଲୋକଙ୍କ ସରକାର। ଆଗାମୀ ଦିନରେ ସରକାର ଲୋକଙ୍କ ପାଖକୁ ଯିବେ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଭବାନୀପାଟଣାରେ ହେବ ଓ ସମ୍ବଲପୁରରେ ମଧ୍ୟ ହେବ।

ଏହି ଘୋଷଣା ପରେ ଏବେ ଚାରିଆଡ଼େ ଚର୍ଚ୍ଚା ହେଉଛି ଯଦି ଭୁବନେଶ୍ବରରେ ଜନ ଶୁଣାଣି ହୋଇ ଅଧାଦିନ ବନ୍ଦ ରହୁଛି ତେବେ ସେଠି କେତେ ଦିନ ଖୋଲିବ । ଆମେ ଯଦି କିଛି ଦିନର ରେକର୍ଡ଼ ଦେଖିବା ତେବେ ଭୁବନେଶ୍ବରରେ ଅଧାଦିନ ବନ୍ଦ ରହୁଛି । କିନ୍ତୁ ଏବେ ଏହି ଘୋଷଣା ଯେତିକି ଲୋକଙ୍କୁ ଖୁସି ଦେଉଛି ସେତିକି ସଂଶୟ କରୁଛି । କେତେ ଦିନ ଖୋଲିବ ଭବାନୀପାଟଣା ଓ ସମ୍ବଲପୁରରେ ଜନ ଶୁଣାଣି ।

Leave a Reply

Your email address will not be published. Required fields are marked *