କଟକ,୧୧/୪ : କଟକ ବାଲିଯାତ୍ରା ପଡ଼ିଆରେ ‘ଆୟୁଷ୍ମାନ ଭାରତ’ ଯୋଜନାର ଶୁଭାରମ୍ଭ ହୋଇଛି । ‘ଆୟୁଷ୍ମାନ ଭାରତ’ ଶୁଭାରମ୍ଭ ଅବସରରେ ଜେ.ପି ନଡ୍ଡାଙ୍କ ସମ୍ବୋଧନ ଦେଇଛନ୍ତି । ତାଙ୍କ ସମ୍ବୋଧନରେ କହିଛନ୍ତି ‘ଆୟୁଷ୍ମାନ ଭାରତ’ ବିଶ୍ୱର ସବୁଠୁ ବଡ଼ ସ୍ୱାସ୍ଥ୍ୟ ଯୋଜନା । ଏହି ଯୋଜନା ଦ୍ୱାରା ଦେଶର ୬୧ କୋଟି ଲୋକ ଉପକୃତ ହେବେ।
ଏହା ଲୋକଙ୍କ ପାଇଁ ଇନ୍ସୁରାନ୍ସ ନୁହେଁ, ଆସୁରାନ୍ସ ଯୋଜନା କହିଛନ୍ତି ନଡ୍ଡା।ଏହି ଯୋଜନା ଦ୍ୱାରା ରାଜ୍ୟ ବାହାରେ ବି ଚିକିତ୍ସା ସୁବିଧା ମିଳିବ। ଏବେ ଚିକିତ୍ସାରେ କୌଣସି ଅସୁବିଧା ହେବ ନାହିଁ।ଏହାସହ ବାଲିଯାତ୍ରା ପଡ଼ିଆରୁ ବିଜେଡି ଟାର୍ଗେଟ କରିଛନ୍ତି ଜେପି ନଡ୍ଡା। କହିଛନ୍ତି ୨୦୧୮ରୁ ରାଞ୍ଚିରେ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ ହୋଇଥିଲା। ଏହି ଯୋଜନାକୁ ଓଡ଼ିଶାରେ ଲାଗୁ କରିବାକୁ ବାରମ୍ବାର ନବୀନକୁ କୁହାଯାଇଥିଲା । କିନ୍ତୁ ଅହଂ ଭାବ ଯୋଗୁଁ ନବୀନ ଏହାକୁ ଓଡ଼ିଶାରେ ଲାଗୁ କରିନଥିଲେ । ତେଣୁ ତାଙ୍କୁ ରାଜ୍ୟବାସୀ ଘରେ ବସାଇଦେଲେ। ଦିଲ୍ଲୀରେ ବି ଲାଗୁ କରିବାକୁ କେଜ୍ରିୱାଲଙ୍କୁ ଅନୁରୋଧ କରାଯାଇଥିଲା । କିନ୍ତୁ କେଜ୍ରିୱାଲ ଶୁଣିଲେନି ପରିସ୍ଥିତି ଏବେ ଦିଲ୍ଲୀରେ ଆମ ସରକାର।
