କଳିଙ୍ଗ ଷ୍ଟୁଡିଓ : ୨୫ବର୍ଷରେ ଆୟ ୫କୋଟି, ଖର୍ଚ୍ଚ ହୋଇଛି ୧୫୨କୋଟି

ଭୁବନେଶ୍ବର,୧୭/୪ : ୨୦୦ କୋଟି ଟଙ୍କାରେ ନୂଆରୂପ ନେଇଥିବା କଳିଙ୍ଗ ଷ୍ଟୁଡିଓରୁ ଗତ ୨୫ ବର୍ଷରେ ମାତ୍ର ୫ କୋଟି ଟଙ୍କା ଆୟ ହୋଇଛି । ୧୯୯୯ ମହାବାତ୍ୟା ସମୟରେ ମାଟିରେ ଲୋଟିଥିବା ଏହି ଷ୍ଟୁଡିଓର ନବକଳେବର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ତା’ସତ୍ତେ୍ୱ ମଧ୍ୟ ସୁଧାର ଆସିପାରିନାହିଁ । ୨୫ ବର୍ଷ ମଧ୍ୟରେ ଯେତିକି ଆୟ ହୋଇଛି ତାହାଠାରୁ ଢେର ଅଧିକ ପୁନଃରୁଦ୍ଧାରରେ ଖର୍ଚ୍ଚ ହୋଇଥିବା ଶିଳ୍ପବିଭାଗ ପକ୍ଷରୁ ସୂଚନା ମିଳିଛି । ରେକର୍ଡିଂ, ଏଡିଟିଂ, କ୍ୟାମ୍ପସ ଭଡ଼ା, ସାମଗ୍ରୀ ଭଡ଼ା, ଅତିଥି ଗୃହ, ଭିଲେଜ୍ କମ୍ପେ୍ଲକ୍ସ, ଇନ୍ଡୋର ଫ୍ଲୋର, ଭିଡିଓ ପରି ବିଭିନ୍ନ କ୍ଷେତ୍ରରୁ ମାତ୍ର ୫ କୋଟି ୫ ଲକ୍ଷ ଟଙ୍କା ଆୟ କରାଯାଇଛି । ମାତ୍ର ଏହି ୨୫ ବର୍ଷ ମଧ୍ୟରେ କଳିଙ୍ଗ ଷ୍ଟୁଡିଓର ଭିତ୍ତିଭୂମି ଓ ବିକାଶ ପାଇଁ ୧୫୧ କୋଟି ୯୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।ମହାବାତ୍ୟା ପରବର୍ତ୍ତି କିଛି ବର୍ଷ ମଧ୍ୟରେ ଏଠାରେ ଫିଲ୍ମ ସୁଟିଂ ହେଉଥିବାରୁ ବାର୍ଷିକ ଆୟ ପରିମାଣ ୨୦ ଲକ୍ଷ ଉପରେ ରହିଥିଲା । ତେବେ ୨୦୦୬-୦୭ରେ ଏଠାକାର ଆୟ ୧୦ଲକ୍ଷ ଟଙ୍କା ତଳକୁ ଖସି ଆସିଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ଏହାର ଆୟ ଉତ୍ସାହ ଜନକ ହୋଇପାରି ନାହିଁ । ୨୦୨୧-୨୨ ଆର୍ଥିକ ବର୍ଷରେ କୋଭିଡ୍ ପ୍ରଭାବ ଲାଗି ରହିବାରୁ ଅଧିକାଂଶ ପ୍ରଯୋଜକ ରାଜ୍ୟ ବାହାରକୁ ନ ଯାଇ କଳିଙ୍ଗ ଷ୍ଟୁଡିଓର ଭିଲେଜ୍ କମ୍ପେ୍ଲକ୍ସ ଓ ଇନ୍ଡୋର ଫ୍ଲୋରକୁ ବ୍ୟବହାର କରିଥିଲେ ।

ପରିଣାମ ସ୍ୱରୂପ ଏହି ଆର୍ôଥକ ବର୍ଷରେ ୮୫.୮୯ ଲକ୍ଷ ଟଙ୍କା ଆୟ ହୋଇଥିଲା, ଯାହାକି ୨୫ ବର୍ଷ ମଧ୍ୟରେ ସର୍ବାଧିକ । ୨୦୨୨-୨୩ରେ ୧୮.୦୪ ଲକ୍ଷ, ୨୦୨୩-୨୪ରେ ୯୧ ହଜାର ଏବଂ ୨୦୨୪-୨୫ ଆର୍ôଥକ ବର୍ଷରେ ଆଦେ ଆୟ ହୋଇ ନ ଥିବା ଜଣାପଡ଼ିଛି । ୨୦୦୭-୦୮ରୁ ଏଠାରେ ଏଡିଟିଂ ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ ରହିଛି । ଅତ୍ୟାଧୁନିକ ଜ୍ଞାନକୈଶଳ ବ୍ୟବହାର ହେବା ପରେ ଏଠାରେ ୨୦୦୫-୦୬ରୁ ଭିଡିଓ ଏଡିଟିଂ ହେଉନାହିଁ । ୨୫ ବର୍ଷ ମଧ୍ୟରେ କ୍ୟାମ୍ପସ ଭଡ଼ାରୁ ମାତ୍ର ୪୫ଲକ୍ଷ, ଭିଲେଜ୍ କମ୍ପେ୍ଲକ୍ସରୁ ୭୬ ଲକ୍ଷ, ଇନ୍ର୍ଡୋ ଫ୍ଲୋର ଭଡ଼ାରୁ ୧ କୋଟି ୮୩ ଲକ୍ଷ ଟଙ୍କା ଆୟ ହୋଇଛି । ୨୦୨୧ ମାର୍ଚ୍ଚ ୨୫ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏହାର ପୁନଃନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ସହ ୨୦୨୨ ସୁଦ୍ଧା କାମ ଶେଷ କରି ‘ଷ୍ଟେଟ୍ ଅଫ୍ ଦି ଆର୍ଟ’ରେ ପରିଣତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।ଇତିମଧ୍ୟରେ ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଛି, କିନ୍ତୁ କଳିଙ୍ଗ ଷ୍ଟୁଡ଼ିଓର ଭାଗ୍ୟ ପରିବର୍ତ୍ତନ ହୋଇନାହିଁ । ଫିଲ୍ମ ସିଟିର ଭ୍ରମ ସୃଷ୍ଟି କରୁଥିବା ଏହି ଷ୍ଟୁଡ଼ିଓକୁ ନେଇ ଏବେ କେଁ ଉଠିଛି । ଜାଗା ତିଆରି ହୋଇଛି, ହେଲେ ସେଠାରେ ଫିଲ୍ମ ହେଲା ଭଳି ଯଥେଷ୍ଟ ବ୍ୟବସ୍ଥା ହୋଇନି । ଲାଇଟ୍, କ୍ୟାମେରା ଲାଗିବାକୁ ଜାଗା ନାହିଁ ।

ଗ୍ରାମ୍ୟ ଦୃଶ୍ୟରେ ସମସ୍ୟା ସୃଷ୍ଟି ହେଉଥିବା ପ୍ରଯୋଜକମାନେ ଅଭିଯୋଗ କରିବା ପରେ ଏବେ ରାଜ୍ୟ ସରକାର ପୁଣି ପରିବର୍ତ୍ତନ କରିବାକୁ ଯୋଜନା କରିଛନ୍ତି । ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି କଳିଙ୍ଗ ଷ୍ଟୁଡିଓ କାମ ଶେଷ ହୋଇଛି । ଆଉ କିଛି ସାମଗ୍ରୀ ଲଗାଇବାକୁ ପ୍ରଯୋଜକମାନେ ପ୍ରସ୍ତାବ ଦେଇଛନ୍ତି । ତାହା ଉପରେ ଆଲୋଚନା ହେଉଛି । ଯେତେଦୂର ସମ୍ଭବ ଟ୍ରେନ୍ ଟ୍ରାକ୍, କ୍ୟାମେରା, ଲାଇଟ୍ ରଖିବାକୁ ପର୍ଯ୍ୟାପ୍ତ ବ୍ୟବସ୍ଥା ଉପଲବ୍ଧ କରାଯାଇ ଏହାକୁ ଲୋକାର୍ପଣ କରାଯିବ ।

Leave a Reply

Your email address will not be published. Required fields are marked *