ପ୍ରଶଂସା ସାଉଣ୍ଟୁଛି ଓଡ଼ିଆ ଓ୍ବେବ ସିରିଜ୍ ‘ନାଲି ଚା’

ଭୁବନେଶ୍ୱର , ୧୩/୩ : ‘The Naked eye’ ୟୁଟ୍ୟୁବ ଚ୍ୟାନେଲରେ ରିଲିଜ ହୋଇଥିବା ଓଡ଼ିଆ ଓ୍ବେବ ସିରିଜ ‘ନାଲି ଚା’ ପ୍ରଶଂସା ସାଉଣ୍ଟିବାରେ ଲାଗିଛି । ସିନେ ପ୍ରେମୀମାନେ ଏହାକୁ ବେଶ ପ୍ରଶଂସା କରିଛନ୍ତି । ରିଲିଜ ହେବା ଦିନଠାରୁ ଦିନକୁ ଦିନ ଲୋକପ୍ରିୟତା ହାସଲ କରୁଛି ଓଡ଼ିଆ ଓ୍ବେବ ସିରିଜ ‘ନାଲି ଚା’ । ଏହାର କାହାଣୀକୁ ସମସ୍ତେ ପସନ୍ଦ କରିଛନ୍ତି । ନିଛକ ଗାଁର କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଏହି ଓ୍ବେବ ସିରିଜ ।‘ଦ ନେକେଡ ଆଇ’ ପ୍ରଡକ୍ସନ ତରଫରୁ ପ୍ରସ୍ତୁତ ହୋଇଛି ଏହି ଓଡ଼ିଆ ଓ୍ବେବ ସିରିଜ ‘ନାଲି ଚା’ । ଗାଁରେ କିଭଳି ସୋସିଆଲ ମିଡ଼ିଆର ପ୍ରଭାବ ପଡ଼ୁଛି ସେ ନେଇ ଏଥିରେ ଦର୍ଶାଯାଇଛି । ‘ନାଲି ଚା’ ର ଟ୍ରେଲର ଦର୍ଶକଙ୍କ ଲୋକପ୍ରିୟତା ସାଉଁଟିଥିଲା । ଏବେ ଏହି ଓ୍ବେବ ସିରିଜକୁ ସାରା ବିଶ୍ୱରେ ଥିବା ଓଡ଼ିଆ ଦର୍ଶକ ପସନ୍ଦ କରିବାରେ ଲାଗିଛନ୍ତି ।

ବଡ଼ ପରଦା ଅପେକ୍ଷା ଛୋଟ ପରଦାରେ ଦର୍ଶକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଦ ନେକେଡ ଆଇ ପ୍ରଡକ୍ସନ ଏଭଳି ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି । ଯାହାକୁ ଦର୍ଶକ ମନ ଭରି ପ୍ରଶଂସା କରିବା ସହ ଏହି ସିନେମାକୁ ଢେରସାରା ଭଲପାଇବା ଦେଇଛନ୍ତି । ଡିଡିଟାଲ ଯୁଗରେ ଗ୍ରାମୀଣ ଯୁବକ ଯୁବତୀଙ୍କ ଉପରେ ସୋସିଆଲ ମିଡିଆର ପ୍ରଭାବ କିପରି ପଡ଼ିଛି, ତାହାକୁ ନେଇ ଏହି କାହାଣୀ ଗତିଶୀଳ ହୋଇଛି । ଏହାର ନିର୍ଦ୍ଦେଶନାରେ ଅଛନ୍ତି ସ୍ନେହାଶିଷ ଦାସ । ଚଳଚ୍ଚିତ୍ରରେ ଅଭିନୟରେ ଅଛନ୍ତି ଅଭିନେତା ସୋମେଶ ମହାନ୍ତି, ଅଭିନେତ୍ରୀ ଗାର୍ଗୀ ମହାନ୍ତି, ଅନୁଭା ସୌର୍ଯ୍ୟ, ଅଭିଷେକ ଗିରି, ଧରିତ୍ରୀ ଖଣ୍ଡୁଆଳ, ମମତା ତ୍ରିପାଠୀ, ପ୍ରସନ ମଞ୍ଜିରି ଦାସ, ସୁନୀଲ ପଟ୍ଟନାୟକ, ହିମାଂଶୁ, ଆଶିଷ, ରାଜେଶ, ଭୋଜରାଜ, ଶ୍ରୁତି ସୁଭଶ୍ରୀ, ପ୍ରଣବ ପ୍ରଶନ ରଥ ପ୍ରମୁଖ ।

ଚଳଚ୍ଚିତ୍ରର ପ୍ରଚାର ପ୍ରସାର ଦାୟିତ୍ୱରେ ଅଛନ୍ତି ଗୁରୁପଦ ନାଥ ଓ ଶୁଭଜିତ୍ ଆନନ୍ଦ । ଅନ୍ୟପଟେ ଡିଓପିରେ ଶ୍ରୀକାନ୍ତ ପଟ୍ଟନାୟକ, ସାଉଣ୍ଡରେ ପିୟୁଷ ପ୍ରଧାନ, ଭିଜୁଆଲ ଏଡିଟିଂରେ ରଶ୍ମିରଞ୍ଜନ ଦାସ, ସହ ନିର୍ଦ୍ଦେଶନାରେ ସୁରଜ ମହାପାତ୍ର ରହିଥିବାବେଳେ ମ୍ୟୁଜିକରେ ଶାନ୍ତନୁ ନାୟକ, ସଂଗୀତରେ ସନ୍ତୋଷ ନାୟକ, ଭୋକାଲିଷ୍ଟ କୁଲଦୀପ ପଟ୍ଟନାୟକ ପ୍ରମୁଖ ରହିଛନ୍ତି । କ୍ରିଏଟିଭ୍ ପ୍ରଡ୍ୟୁସର ଦିବ୍ୟ ଜୀବନ ମହାପାତ୍ର ରହିଛନ୍ତି ।

Leave a Reply

Your email address will not be published. Required fields are marked *