ଆଜି ପ୍ରଚାର ଆରମ୍ଭ କରିବେ ନବୀନ

ଭୁବନେଶ୍ୱର, ୨୪/୪: ବିଜେଡି ସଭାପତି ନବୀନ ପଟ୍ଟନାୟକ ବୁଧବାର ଦିନ ପ୍ରଚାର ଆରମ୍ଭ କରିବେ l ସୋମବାର ଯୋଡି ଶଙ୍ଖରେ ଭୋଟ ଦେବାକୁ ନିବେଦନ କରି ଭିଡିଓ ଜାରି କଲା ପରେ ମଇଦାନରେ ପ୍ରଚାର ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ଆରମ୍ଭ ହେବ lଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି l ଆଜି ପୂର୍ବାହ୍ନ ୧0ଟା ୩0ରେ ଶ୍ରୀ ପଟ୍ଟନାୟକ ହେଲିକପ୍ଟରରେ ଯାଇ ଶଙ୍କର ଚକ୍ଷୁ ଚିକିତ୍ସାଳୟ ନିକଟରେ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡ଼ରେ ଓହ୍ଲାଇବେ l ସେଠାରେ ସେ ସାଧାରଣ ସଭାରେ ଉଦବୋଧନ ଦେବେ l

ଏହାପରେ ସେରଗଡ଼ ଯିବେ l ସେରଗଡ଼ ବସ ଷ୍ଟାଣ୍ଡ ନିକଟରେ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡ଼ରେ ଓହ୍ଲାଇ ସାଧାରଣ ସଭାକୁ ସମ୍ବୋଧିତ କରିବେ l ୧୨ଟା ୧୫ରେ ସେ ଭୁବନେଶ୍ୱର ଫେରି ଆସିବେ l ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ଅଧକ୍ଷ ଭି କେ ପାଣ୍ଡିଆନ ଏହି ପ୍ରଚାର କାର୍ଯ୍ୟରେ ସାମିଲ ହେବେ l