ବିଜେଡି : ବିଜୁ- ପାଣ୍ଡିଆନ- ପୁଣି ବିଜୁ

ଭୁବନେଶ୍ବର,୪/୩ : ବିଜୁଙ୍କୁ ପୋଷ୍ଟରରୁ ଆଉଟ୍ କରିଥିବା ପାଣ୍ଡିଆନ ଅନୁଗାମୀ ଏବେ ବିଜୁଙ୍କ ଶରଣରେ । ବିଜୁ ହିଁ ଏକମାତ୍ର ଭରସା । ନ ହେଲେ ଚାରି ପାଞ୍ଜିରୁ ଯିବେ । ଏହାକୁ ନେଇ ଏବେ ଯେତିକି ରାଜନୀତି କରୁଛି ବିଜେଡି ସେତିକି କଟାକ୍ଷର ଶିକାର ହେଉଛି । ବାଟ ଘାଟରେ ଆଲୋଚନା ଏବେ ବିଜୁଙ୍କ ପାଇଁ ବିଜେଡିର ଦର ଲଙ୍କାରେ ହରିନାମ ସଦୃଶ । ଯେଉଁ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଗଢି ଉଠିଥିଲା ସେ ଦଳ ଗତ କିଛି ବର୍ଷ ଭିକେ ପାଣ୍ଡିଆନଙ୍କ ଆଦର୍ଶରେ ଚାଲୁଥିଲା । ଦଳର ନୀତି ନୈତିକତା ଯେମିତି ଚୁଲିକି ଯାଇଥିଲା । ସବୁ କ୍ଷେତ୍ରରେ ଗୋଟିଏ ନାଁ ଶୁଭୁଥିଲା ପାଣ୍ଡିଆନ । ଏଭଳି କି ରାସ୍ତାଘାଟରେ ମଧ୍ୟ ପୋଷ୍ଟରରୁ ବିଜୁ ଉଭାନ ହୋଇଗଲେ। ଖାଲି ଜୁଆଡ଼େ ଦେଖିବୁ ପାଣ୍ଡିଆନ ହିଁ ପାଣ୍ଡିଆନ । ଯାହାର ପରିଣାମ ଦଳ ୨୦୨୪ସାଧାରଣ ନିର୍ବାଚନରେ ଭୋଗିଥିଲା । ଲୋକ ପ୍ରତ୍ୟାଖାନ କରିଥିଲେ ଦୀର୍ଘ ୨୪ବର୍ଷର ଶାସକ ଦଳ ବିଜେଡିକୁ । ଆଉ ପୁଣି ଚର୍ଚ୍ଚାରେ ବିଜୁ । ଯେଉଁ ଦଳ ବିଜୁଙ୍କୁ ସାଇଡ୍ କରିଥିଲା ସେହି ଦଳ ପୁଣି ଥରେ ବିଜୁଙ୍କ ଶରଣରେ । ବିଜେପି ସରକାର ମାର୍ଚ୍ଚ ୫କୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ ନ କରିବା ନେଇ ବିଜ୍ଞପ୍ତି ପ୍ରକାଶ କଲେ । ବାସ୍ ଏହାଠାରୁ ଆରମ୍ଭ ହେଲା ରାଜନୀତି । ବିଜୁ … ବିଜୁ । ତେବେ ଏଠି କହି ରଖୁଛୁ କି ଯିଏ ପାଣ୍ଡିଆନଙ୍କୁ ସର୍ବେସର୍ବା କରିଥି‌ଲେ ସିଏ ଏବେ ବିଜୁଙ୍କ ଶରଣ ପଶିଛନ୍ତି । ପାଣ୍ଡିଆନ ଜୀବିଙ୍କ ବିଜୁ ପ୍ରେମକୁ ଦେଖି ଚାରିଆଡ଼େ ଆଲୋଚନା ସମାଲୋଚନା ହେବାକୁ ପଡ଼ୁଛି । ପାଣ୍ଡିଆନ ଗୁଣଗାନ କରୁଥିବା ନେତା କର୍ମୀ ଏବେ ବିଜୁଙ୍କୁ ନେଇ କରୁଛନ୍ତି ରାଜନୀତି । ଏଭଳି କି ବିଜେଡ଼ି ପକ୍ଷରୁ ପ୍ରମିଳା ମଲ୍ଲିକ ବିଜେପି ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ବିଜୁବାବୁଙ୍କ ନାଁକୁ ନେଇ ବିଜେପି ଡରୁଛି । ଯେଉଁଥିପାଇଁ ବିଜୁବାବୁଙ୍କ ଅସ୍ତିତ୍ୱକୁ ଲୁଚାଇବାକୁ ବିଜେପି ଏପରି ହୀନ ଚକ୍ରାନ୍ତ କରିଛି ।ସେ କହିଛନ୍ତି, ରାଜ୍ୟ ସରକାର ବିଜୁବାବୁଙ୍କ ଜନ୍ମଦିନରେ ପାଳନ କରାଯାଉଥିବା ପଞ୍ଚାୟତିରାଜ ଦିବସ ପାଳନକୁ ପରିବର୍ତ୍ତନ କରିବା ଆଦୌ ଠିକ୍ ନୁହେଁ । ଏହା ବିଜୁବାବୁଙ୍କ ପ୍ରତି ଅପମାନ । ଓଡ଼ିଶା ଅସ୍ମିତାର ଦ୍ୱାହି ଦେଇ ବିଜେପି ନିର୍ବାଚନ ଜିତିଛି । ଏହା କ’ଣ ଓଡ଼ିଆ ଅସ୍ମିତା । ଏବେ ସେହି ଓଡ଼ିଆ ଅସ୍ମିତା କୁଆଡ଼େ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ସେହିଭଳି ଏହାର ଜବାବରେ ଜବାବ ରଖିଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ। ସାରା ଦେଶରେ ଏପ୍ରିଲ ୨୪ ତାରିଖକୁ ଜାତୀୟ ପଞ୍ଚାୟିତରାଜ ଦିବସ ରୂପେ ପାଳନ କରାଯାଏ। ରାଜନୈତିକ ସ୍ବାର୍ଥ ଦୃଷ୍ଟିରୁ ବିଜେଡି ବୋଧେ ଏହି ଐତିହାସିକ ଦିନଟିକୁ ଭୁଲି ଯାଇଥିଲା। ମାର୍ଚ୍ଚ ୫ରେ ବିଜୁ ଜୟନ୍ତୀକୁ ମହାସମାରୋହରେ ପାଳିବାକୁ ସରକାର ସ୍ପଷ୍ଟ କରିଛନ୍ତି। ତାରିଖକୁ ନେଇ ବିଜୁ ଜନତା ଦଳ କୌଣସି ବିବାଦ କରିବା ଉଚିତ୍ ନୁହେଁ। ବିଜୁ ବାବୁ ସାରା ଓଡ଼ିଶାର ନେତା, ବିଜେଡି ତାଙ୍କୁ ନିଜ ଦଳରେ ସୀମିତ କରିବା ଉଚିତ ନୁହେଁ। କେବଳ ରାଜନୈତିକ ସ୍ବାର୍ଥକୁ ଆଖି ଆଗରେ ରଖି ମାର୍ଚ୍ଚ ୫କୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ ଛୁଟି ଘୋଷଣା କରିଥିଲେ ପୂର୍ବ ସରକାର।ସେ କହିଛନ୍ତି, ସାରା ଦେଶରେ ଏପ୍ରିଲ ୨୪ ତାରିଖକୁ ଜାତୀୟ ପଞ୍ଚାୟିତରାଜ ଦିବସ ରୂପେ ପାଳନ କରାଯାଏ। ରାଜନୈତିକ ସ୍ବାର୍ଥ ଦୃଷ୍ଟିରୁ ବିଜେଡି ବୋଧେ ଏହି ଐତିହାସିକ ଦିନଟିକୁ ଭୁଲି ଯାଇଥିଲା। ମାର୍ଚ୍ଚ ୫ରେ ବିଜୁ ଜୟନ୍ତୀକୁ ମହାସମାରୋହରେ ପାଳିବାକୁ ସରକାର ସ୍ପଷ୍ଟ କରିଛନ୍ତି। ତାରିଖକୁ ନେଇ ବିଜୁ ଜନତା ଦଳ କୌଣସି ବିବାଦ କରିବା ଉଚିତ୍ ନୁହେଁ। ବିଜୁ ବାବୁ ସାରା ଓଡ଼ିଶାର ନେତା, ବିଜେଡି ତାଙ୍କୁ ନିଜ ଦଳରେ ସୀମିତ କରିବା ଉଚିତ ନୁହେଁ। କେବଳ ରାଜନୈତିକ ସ୍ବାର୍ଥକୁ ଆଖି ଆଗରେ ରଖି ମାର୍ଚ୍ଚ ୫କୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ ଛୁଟି ଘୋଷଣା କରିଥିଲେ ପୂର୍ବ ସରକାର।

ବିଜେଡି ଶାସନରେ ମାର୍ଚ୍ଚ ୫ରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ପଞ୍ଚାୟତିରାଜ ଦିବସ ପାଳନ ହେଉଥିଲା। ଏହାକୁ ସରକାରୀ ଛୁଟି ଭାବେ ଘୋଷଣା କରାଯାଉଥିଲା। ହେଲେ ସାରା ଦେଶରେ ଏପ୍ରିଲ ୨୪ରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ହେଉଥିଲା। ରାଜ୍ୟରେ ସରକାର ବଦଳିବା ପରେ ବିଜେଡି ସରକାରର ନିୟମକୁ ହଟାଇ ଦିଆଯାଇଛି। ଏଣିକି ଏପ୍ରିଲ ୨୪ରେ ଓଡ଼ିଶାରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ହେବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏପରିକି ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳନ କରା ନ ଯିବା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି । ଭୂମିପୁତ୍ର ବିଜୁ ପଟ୍ଟନାୟକ ଅସମ୍ମାନ କରାଯାଉଥିବା ପ୍ରତିବାଦରେ ଭୁବନେଶ୍ବର ବିମାନବନ୍ଦର ନିକଟରେ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ନିକଟରେ ନୀରବ ପ୍ରତିବାଦ କରିଛି ବିଜେଡି । ସେହିଭଳି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ମହାସମାରୋହରେ ଯୋଗ ଦେବା ପାଇଁ ନବୀନଙ୍କୁ ମୋହନ ନିମନ୍ତ୍ରଣ କରିଛନ୍ତି। ନବୀନଙ୍କୁ ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି ଯେ, ଆସନ୍ତା ମାର୍ଚ୍ଚ ୫ ତାରିଖରେ ଓଡିଶାର ମହାନ୍‌ ବରପୁତ୍ର ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ମହାସମାରୋହରେ ରାଜ୍ୟ ସରକାର ପାଳନ କରୁଛନ୍ତି । ଏଥିପାଇଁ ସ୍ଥାନୀୟ ଜୟଦେବ ଭବନ ଠାରେ ୫ ତାରିଖ ସନ୍ଧ୍ୟା ୭ ଟା ସମୟରେ ଏକ ରାଜ୍ୟସ୍ତରୀୟ ସଭାର ଆୟୋଜନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବରେ ଯୋଗଦେବା ପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି । ଆପଣଙ୍କ ଗରିମାମୟ ଉପସ୍ଥିତି ଏହି କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିବ ।

Leave a Reply

Your email address will not be published. Required fields are marked *