୨୪ହଜାର ୫ଶହ ଟଙ୍କାରେ ମରୀଚି କୁଣ୍ଡ ପାଣି ନିଲାମ

ଭୁବନେଶ୍ୱର,୧୬/୪ : ରୁକୁଣା ରଥ ପ୍ରତିଷ୍ଠା ପାଇଁ ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରୀଚି କୁଣ୍ଡରୁ ପାଣି ଆସିଥିଲା। ସୋମବାର ବିଳମ୍ବିତ ରାତିରେ ଏହି ପାଣି ନିଲାମ କରାଯାଇଛି। ବଡୁ ନିଯୋଗ ପକ୍ଷରୁ କରାଯାଇଥିବା ଏହି ନିଲାମର ପ୍ରଥମ ଗରାପାଣିକୁ ଜଗତ୍‌ସିଂହପୁରର ସୋନାଲି ପ୍ରିୟଦର୍ଶିନୀ ୨୪ହଜାର ୫ଶହ ଟଙ୍କାରେ କିଣିଥିଲେ। ସେହିପରି ଦ୍ୱିତୀୟ ଗରାପାଣିକୁ ବ୍ରହ୍ମପୁରର ସୁଲୋଚନା ସୁବୁଦ୍ଧି ୧୫ହଜାର ୧୦୦ଟଙ୍କାରେ କିଣିଥିବା ବେଳେ ତୃତୀୟ ଗରାପାଣିକୁ ଭୁବନେଶ୍ୱରର ରୋଜାଲିନ ବେହେରା ୧୦ହଜାର ୧୦୦ଟଙ୍କାରେ କିଣିଥିଲେ। ବିଶ୍ୱାସ ରହିଛି ଯେ, ଏହି ମରୀଚି କୁଣ୍ଡ ପାଣିକୁ ନେଇ ଗାଧୋଇ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କଲେ ନିଃସନ୍ତାନ ମହିଳା ସନ୍ତାନ ପ୍ରାପ୍ତ ହେବା ସହ ମନସ୍କାମନା ପୂରଣ ହୋଇଥାଏ।

Leave a Reply

Your email address will not be published. Required fields are marked *