ଓଲିଉଡ଼ ହିରୋଇନଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ, ଘରେ କାମ କରୁଥିବା ଝିଅକୁ ମାଡ଼ ମାରୁଥିଲେ

ଭୁବନେଶ୍ବର, ୯/୭ : ଓଲିଉଡ଼ ହିରୋଇନଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ । ଓଲିଉଡ଼ର ଜନୈକ ଆଗଧାଡ଼ିର ହିରୋଇନଙ୍କ ଘରେ କାମ କରୁଥିବା ଝିଅ ଆଣିଛି ଏଭଳି ଅଭିଯୋଗ । ଅଭିଯୋଗ ଅନୁଯାୟୀ, ଅଭିନେତ୍ରୀ ଜଣଙ୍କ ତାଙ୍କ ଘରେ କାମ କରୁଥିବା ଝିଅକୁ ପ୍ରତିଦିନ ମଦ ପିଇ ମାରପିଟ୍ କରୁଥିଲେ। ମାତ୍ର ଆଜି ଝିଅଟି ସେଠାରୁ କୌଶଳ କ୍ରମେ ଖସି ଆସିଥିଲେ । ସେ ସେଠାରୁ ଖସି ଆସିବା ପରେ ଜଣେ ମହିଳାଙ୍କ ହାବୁଡ଼ରେ ପଡ଼ିଥିଲେ । ଏହାପରେ ଉକ୍ତ ମହିଳା ଜଣଙ୍କ କିଛି ସାମାଜିକକର୍ମୀଙ୍କୁ ଯୋଗାଯୋଗ କରିବା ପରେ ଝିଅକୁ ଉଦ୍ଧାର କରାଯାଇଥିଲା । ଖବର ଲେଖା ହେବା ସୁଦ୍ଧା ଏ ନେଇ ଥାନାରେ ଅଭିଯୋଗ ହୋଇଥିଲେ ସୁଦ୍ଧା କୌଣସି ମାମଲା ରୁଜୁ ହୋଇନାହିଁ ।